pakka

ଚନ୍ଦନଭାଟିରେ ୧୦୮ ପ୍ରହର ନାମଯଜ୍ଞ

kalikesh

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ଚନ୍ଦନଭାଟି ନଦୀ ମୁହାଣରେ ଚନ୍ଦନଭାଟି ମେହେରପଡା ତରଫରୁ ୧୦୮ ପ୍ରହରୀ ନାମଯଜ୍ଞ ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞ ଆସନ୍ତା ୮ ତାରିଖ ପୂର୍ଣ୍ଣାହୁତି ପଡିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ଅବସରରେ ୧୧୦ରୁ ଅଧିକ ସଂକୀର୍ତ୍ତନ୍ୟ ପାର୍ଟି ଯୋଗ ଦେଉଛନ୍ତି । ଆଖପାଖ ଗାଁ ତଥା ବିଭିନ୍ନ ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ଚାଲୁଛି । ବହୁ ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତ ଏବଂ ଶ୍ରୋତାଙ୍କ ଗହଳି ଏଠାରେ ଲାଗି ରହିଛି । ମହିଳା ଦଳଙ୍କ କୀର୍ତ୍ତନ୍ୟ ଦେଖିବା ପାଇଁ ଦେଖଣାହାରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସୁକତା । ବହୁତ ଶାନ୍ତି ଶୃଙ୍ଖଳାର ସହିତ ଏହି ନାମଯଜ୍ଞ ବଡ ଧୁମ୍‌ଧାମ୍‌ରେ ପାଳିତ ହେଉଛି । ସମସ୍ତ ଭକ୍ତ ଏବଂ ଶ୍ରୋତାଙ୍କ ପାଇଁ ଅହରହ ଅନ୍ନଛତ୍ରରେ ଖାଇବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ମୀନାବଜାର ମଧ୍ୟ ବସିଛି । ଭଳି କି ଭଳି ଦୋକାନ ବଜାର, ଦୋଳି ଏବଂ ଖାଇବାର ମଜା ନେଉଛନ୍ତି ଲୋକେ । ସରିବାକୁ ଆଉ ତିନିଦିନ ଥିବା ବେଳେ ସଂଧ୍ୟା ସମୟରେ ନାହିଁ ନ ଥିବା ଭିଡ ଜମୁଛି । ଏହି ନାମଯଜ୍ଞରେ ଏକ କୋଟି ପାଖାପାଖି ଖର୍ଚ୍ଚ ହେବ ଏବଂ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି ବୋଲି କମିଟି ସଭାପତି ବଲରାମ ମେହେର ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

five × 3 =