pakka

ଜଙ୍ଗଲରେ ଲାଗିଥିବା ନିଆଁକୁ କାବୁ କଲେ ରାଜପୁତ ବନମାଳୀ ନାଏକ

ମୁରିବାହାଲ, (କେପିଏନ୍‌ଏସ୍‌) : ଆଜି ମୁରିବାହାଲ ବ୍ଲକ ବାନ୍ଦୁମୁଣ୍ତା ନିକଟରେ ଏକ ଜଙ୍ଗଲରେ କେହି ଜଣେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ମହୁଲ ଗଛ ତଳେ ନିଆଁ ଲଗାଇ ଚାଲି ଯାଇଥିବା ବେଳେ ନିଆଁ ଉଗ୍ର ରୂପ ନେଇ ସବୁ ଆଡକୁ ବ୍ୟାପିବାରେ ଲାଗିଥିଲା । ଏହି ସମୟରେ ଟିକ୍ରାପଡାରୁ ମୁରିବାହାଲ ଯିବା ରାସ୍ତାରେ ରାଜପୁତ ବନମାଳୀ ନାଏକ ଯାଉଥିବା ବେଳେ ସେହି ଜଙ୍ଗଲରେ ନିଆଁ ଦାଉ ଦାଉ ହୋଇ ଜଳୁଥିବା ବେଳେ ଶ୍ରୀ ନାଏକ ଅଟକି ଏକ ଡାଳ ଧରି ନିଆଁକୁ କାବୁ କରିଥିଲେ । ତାଙ୍କର ଏହି ମହତ କାମକୁ ଅଞ୍ଚଳରେ ପ୍ରଂଶାସ କରିଥିବାର ଦେଖିବାକୁ ମିଳିଥିଲା । ଶ୍ରୀ ନାଏକ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି, ଜଙ୍ଗଲରେ ନିଆଁ ଲଗାଇବାରୁ ଆମର ଝାର ଜଙ୍ଗଲ ବହୁତ ନଷ୍ଟ ହୋଇଛି ହଜାର ହଜାର ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଉଛନ୍ତି ଏବଂ ଗାଈଗୋରୁ କିଛି ଖାଇବାକୁ ମଧ୍ୟ ପାଉ ନାହାନ୍ତି । ସେଥିପାଇଁ କୌଣସି ବ୍ୟକ୍ତି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଶ୍ରୀ ନାଏକ ବିନତି କରିଛନ୍ତି ଏବଂ ଜଙ୍ଗଲ ଆମର ଜୀବନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

14 − 7 =