pakka

ଭୟାବହ ଅଗ୍ନିକାଣ୍ଡ : ଚଣା ଓ ମୁଗ ଚାଷ ଜମି ନଷ୍ଟ, ଚାଷୀ ହତାଶ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହୁଲବୁରି ଓ କରଡ଼ିରେ ପ୍ରାୟ ୨ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚଣା ଓ ମୁଗ ଚାଷ ଜମି ନଷ୍ଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଅଜଣା ବ୍ୟକ୍ତି ଗାଁ ପାଖରେ ଥିବା ଏକ ପଡିଆରେ ନିଆଁ ଲଗାଇ ଚାଲିଯାଇଥିଲେ । ସେହି ନିଆଁ ଏକ ଭୟଙ୍କର ରୂପ ନେଇଥିବାରୁ ଏକର ଏକର ଜମିରେ ପଡ଼ିଥିବା ପାଳରେ ନିଆଁ ଲାଗିଯାଇଥିଲା । ଏହା ଦେଖିବା ମାତ୍ରକେ ଗାଁ ଲୋକ ସମସ୍ତେ ପାଣି ମାରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରି ପାରି ନଥିଲେ । ଫଳରେ ଗାଁ ଲୋକେ ବୌଦ୍ଧ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଗାଡି ଆସିବା ବେଳକୁ ପ୍ରାୟ ୫ ଏକର ଜମି ଜଳି ପାଉଁଶ ହୋଇଯାଇଥିଲା । ସେଥିମଧ୍ୟରୁ ମହୁଲବୁରିର କାର୍ତ୍ତିକ କୁମ୍ଭାରଙ୍କ ପ୍ରାୟ ଏକ ଏକରରେ ହୋଇଥିବା ଚଣା ସବୁ ପୋଡି ପାଉଁଶ ହୋଇଯାଇଥିବା ବେଳେ କରଡ଼ି ଗ୍ରାମର ଦେବରାଜ ନନ୍ଦଙ୍କ ପ୍ରାୟ ୨୦ ଡିସିମିଲ ଜମିରେ ହୋଇଥିବା ମୁଗ ଗଛ ନଷ୍ଟ ହୋଇଯାଇଛି । ସମସ୍ତ ପ୍ରକାର ପ୍ରୟାସ ଜାରି ରଖି ଅଗ୍ନିଶମ ବାହିନୀର ମୁଖପାତ୍ର ଜେ. କେ. ଦାସଙ୍କ ତାତ୍ଵାବଧାନରେ ତାଙ୍କ ସହକର୍ମୀ ଗୌରୀଶଙ୍କର, ନିରାକାର ବେହେରା ଏବଂ ଜୋଲିଶ କୁମାର ପ୍ରମୁଖ ଆସି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.

fourteen − 1 =