jsm

ବିଡ଼ିପିଏଲ୍‌ – ୭ ପାଇଁ ଖେଳାଳୀ ନିଲାମୀ ସରିଲା : ଚୟନ ହେଲେ ୮୩ ଜଣ ଖେଳାଳୀ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ ବିଡ଼ିପିଏଲ୍‌ – ୭ ପାଇଁ ଖେଳାଳୀ ନିଲାମୀ ଗତକାଲି ସ୍ଥାନୀୟ ସ୍ୱୟଂସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫ ଜଣ ୧୬ ବର୍ଷରୁ କମ ବୟସର, ୧୦ ଜଣ ୧୯ ବର୍ଷରୁ କମ ବୟସର ଖେଳାଳୀଙ୍କ ସମେତ ମୋଟ ୮୩ ଜଣ ଖେଳାଳୀ ଚୟନ ହୋଇଥିଲେ । ଏହି ପ୍ରକ୍ରିୟା ପୂର୍ବରୁ ସମସ୍ତ ଦଳ ପାଇଁ ଜଣେ ଲେଖାଏଁ ଆଇକନ ଖେଳାଳୀଙ୍କୁ ପ୍ରଦାନ କରାଯାଇଥିଲା, ସେମାନଙ୍କୁ ମିଶାଇ ମୋଟ ୮୮ ଜଣ ଖେଳାଳୀ ଏହି ପ୍ରତିଯୋଗିତାରେ ଭାଗ ନେବେ । ଏହି ପ୍ରକ୍ରିୟାରେ ସମସ୍ତ ଦଳର ଆଇକନ ଖେଳାଳୀଙ୍କ ସହ ଫ୍ରେଞ୍ଚାଇଜି ମାଲିକ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ପ୍ରକ୍ରିୟାରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସଭାପତି ହରିହର ପ୍ରଧାନ, ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସମେତ, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୁର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ, ନବୀନ ଲାଠ, ଅମିୟ ଭୂଷଣ ସାହୁ, ପ୍ରଦୀପ ସାହୁ, ସୌର୍ଯ୍ୟରଞ୍ଜନ ରାୟ ପ୍ରମୁଖ ସଦସ୍ୟ ଓ ବରଗଡ ରୟାଲ ଟାଇଗରରୁ ସୁବ୍ରତ ମିଶ୍ର, ପ୍ରଶାନ୍ତ ସାହୁ, ଶ୍ରୀରାମ ପାତ୍ର, ବଣ୍ଟି ସିଂ, ରିଙ୍କେଶ ମିଶ୍ର, ମନୋହର ପ୍ରଧାନ, ଆଇକନ ଖେଳାଳୀ ଦେବେନ୍ଦ୍ର କୁଁଅର, ଅତାବିରା ହୁଆଇଟ ହର୍ଷରୁ ନିହାର ରଞ୍ଜନ ମହାନନ୍ଦ, ନନ୍ଦନ ମହାନନ୍ଦ, ଆଇକାନ ଖେଳାଳୀ ମହମ୍ମଦ ସଲିମ, ବରଗଡ ସ୍ପାରଟନର ଦେବଦତ୍ତ ମିଶ୍ର, ସେକ ନସିମୁଦ୍ଦିନ, ନିତିନ ଅଗ୍ରୱାଲ, କ୍ରିଷ୍ଣା ନକୁଲା, ରୋହିତ ପିପଲାନି, ଆଇକାନ ଖେଳାଳୀ ରୂପକ ପ୍ରଧାନ, ୟୁନାଇଟେଡ ଡ୍ରିମ୍ ଇଲେଭେନର ସେକ ଶବଦର, ସୁରେଶ ଦାଶ, ପ୍ରତାପ ଦାଶ, ସଂକଳ୍ପ ରାଉତ, ଆଇକନ ଖେଳାଳୀ ପ୍ରବୀଣ ଲୁହା ଓ ସିଂ ୱରୀୟରସର ସେକ ବସିମ୍ ରାଜା, ରଞ୍ଜିତ ସିଂ, ଅଙ୍କିତ ମହାନ୍ତି, ଆସମାନ ପାତ୍ର, ଅଶୋକ ଦେହେରୀ ଆଇକନ ଖେଳାଳୀ ରାହୁଲ ଚୌଧୁରୀ ଉପସ୍ଥିତ ଥିଲେ ।

(ବରଗଡ ରୟାଲ ଟାଇଗର)

ଦେବେନ୍ଦ୍ର କୁଁଅର, ଗୁଡ୍ଡୁ କୁମ୍ଭାର, ନିହାର ରଞ୍ଜନ ବେହେରା, ରାହୁଲ ସାହୁ, ଅମିତ୍ ବିକ୍ରମ ରାଉତ, ମଳୟ ହାତୀ, ସୌରଭ କୁମାର ନାୟକ, ଅତୁଲ୍ୟ କର୍ଣ୍ଣ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ହିମାଂଶୁ ଭୋଇ, ଝସକେତନ ସାହୁ, ଆର୍ଯ୍ୟମାନ ମିଶ୍ର, ଅବିନାଶ ସିଂ, ପିଣ୍ଟୁ କାଲସାଏ, ଅର୍ମାନ ମିଶ୍ର, ସଂସ୍କାର କୋଟାକ ।

(ଅତାବିରା ହ୍ୱାଇଟ ହର୍ଷ)

ମହମ୍ମଦ ସଲିମ, ପ୍ରାଞ୍ଜଳ ପ୍ରଭାକର ମହାନନ୍ଦ, ଶାଶ୍ଵତ ସିଂ, ରୋହନ ସିଂ, ସୁମିତ ରାୟ, ମହମ୍ମଦ ଇଫ୍ଟିକର, ଆଜାଦ ପ୍ରଧାନ, ସୁଶାନ୍ତ ଗୁପ୍ତା, ଦେବବ୍ରତ ପ୍ରଧାନ, ଦିବ୍ୟ କୁମାର ସାହୁ, ମନୋଜ ଶର୍ମା, ଗୌରବ ପଣ୍ଡା, ମନିଶ ପ୍ରଧାନ, ଗୌର ଗୋପାଳ ଦାଶ, କାନ୍‌ହା ଅଗ୍ରୱାଲ, ପୀୟୂଷ ପୁରୋହିତ, ରୋନିତ ମହାନନ୍ଦ, ସୁଶାନ୍ତ ମେହେର ।

(ୟୁନାଇଟେଡ଼ ଡ୍ରିମ୍ ଇଲେଭେନ)

ପ୍ରବୀଣ ଲୁହା, ସେକ ହେୟାତ, ରୋହିତ ସିଂ, ତାପସ ପ୍ରଧାନ, ପ୍ରକାଶ ମହାନା, ବାଦଲ ପରଦେଶୀ ନିଶାଦ, ଧରଣୀଧର ବାରିକ, ଅମିତ୍ ସାହୁ, ସତ୍ୟବ୍ରତ ସେଟ, ଦୀପକ ବେହେରା, ପ୍ରୀୟାନ୍ସୁ ଦାଶ, ଅଜୟ କର, ସେକ ମଜହରୁଦ୍ଦିଁନ, ଗିତାଂଶୁ ବଞ୍ଛୋର୍, ସାଜନ ସାହୁ, ଶୁଭମ୍ ମିଶ୍ର, ହନୁମନ୍ତ ଦୀପ, ହରିଶ କୁମାର ପାତ୍ର ।

(ବରଗଡ ସ୍ପାର୍ଟନସ)

ରୂପକ ପ୍ରଧାନ, ପ୍ରିତିଶ ଦାଶ, ସନ୍ଦେଶ ସୁହାସ ରଞ୍ଜନ ପୂଜାରୀ, ସଞ୍ଜୟ କୁମ୍ଭାର, ରାକେଶ ରଞ୍ଜନ କିଶାନ, ଅଜିତ କୁମାର ସ୍ବାଇଁ, ସୃତିରାଜ୍ ମିଶ୍ର, ବିବେକ ଦାସାରୀ, ପିକେଶ ସ୍ବାଇଁ, ଅକ୍ଷୟ ଦଂସନା, ଜ୍ୟୋତି ପ୍ରକାଶ ସେଟ, ବେଲାଲସେନ ପ୍ରଧାନ, ପ୍ରତୀକ ରଞ୍ଜନ, ଖିରେଶ୍ୱର ଭୋଇ, ସେକ. ୱାସୀମ ରାଜା, ଅମ୍ବିତ କୁମାର ମହାରଣା, ସେକ ରୁହୁଲ ଅମିନ, ସେକ ଆରିଫ ମହମ୍ମଦ ।

(ସିଂହ ୱାରିଅର)

ରାହୁଲ ଚୌଧୁରୀ, ଅମରେନ୍ଦ୍ର କୁମାର ସିଂ, ହିମାଂଶୁ ବିଷ୍ଟ, ତରଙ୍ଗ ଶର୍ମା, ଶ୍ରୀକାନ୍ତ ପ୍ରଧାନ, ରାକେଶ ସିଂ, ପ୍ରଭଞ୍ଜନ ସାହୁ, ସଞ୍ଜୟ ଡୁଙ୍ଗୁରି, ଲୋକନାଥ ମହାପାତ୍ର, ସୁଶାନ୍ତ ବିଶି, କେଦାରନାଥ ବେହେରା, ଦୀପକ ରଂଜନ ଜୟପୁରିଆ, ଗୋବିନ୍ଦ ଦୋରା, ନିଖିଳ ପାଢ଼ୀ, ବିକାଶ ପ୍ରଧାନ, ସେକ ଫହିମ ରାଜା, ସୌରଭ ସାହୁ, ଜୟ କିଶନ ଦୋରା ।

yuvodaya
Leave A Reply

Your email address will not be published.