pakka

କାଜୁ ଜଙ୍ଗଲରୁ ମଣିଷ ଖପୁରି ଏବଂ ହାଡ ଉଦ୍ଧାର

bbehera

ବାଙ୍କି : ବାଙ୍କି ଡମପଡା ଗାଁ ନିକଟ କାଜୁ ଜଙ୍ଗଲରୁ ମଣିଷ ଖପୁରି ସହ ହାତହାଡ଼ ଉଦ୍ଧାର କରାଯାଇଛି । ଡମପଡ଼ା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରେ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଉଦ୍ଧାର ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଝୁନା ଜେନା ଲେଖାଯାଇଛି । ବର୍ଷେ ତଳେ ଝୁନା ଜେନା ଏହି ସ୍ଥାନରୁ ଅପହୃତ ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ କେହି ଯୁବତୀଙ୍କୁ ମାରି ଏହି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କାଜୁ ଜଙ୍ଗଲ ସଫା କରୁଥିବା ବେଳେ କିଛି ଲୋକେ ଖପୁରି ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

four × 3 =