pakka

ପାକିସ୍ତାନୀ କୋଇଲା ଖଣିରେ ମିଥେନ ଗ୍ୟାସ ବିସ୍ଫୋରଣ : ଜଳିଗଲେ ୧୨ ଶ୍ରମିକ

bbehera

କରାଚି : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ପାକିସ୍ତାନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନର ଡନ୍ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ହରନାଇ ଜିଲ୍ଲାର ଜର୍ଦାଲୋ ଅଞ୍ଚଳରେ ଏହି ଘଟଣା ଘଟିଛି । ବେଲୁଚିସ୍ତାନର ମୁଖ୍ୟ ଖଣି ନିରୀକ୍ଷକ ଅବଦୁଲ ଗନି ବଲୋଚଙ୍କ ବୟାନ ଦେଇ ରିପୋର୍ଟରେ କୁହାଯାଇଛି ଯେ ଜର୍ଦାଲୋ ଅଞ୍ଚଳରେ ଥିବା ଉକ୍ତ ଖଣିରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ହେବା ସମୟରେ ଖଣି ଭିତରେ ୨୦ ଜଣ ଖଣି କର୍ମଚାରୀ ଥିଲେö

Leave A Reply

Your email address will not be published.

3 × 1 =