jayashree

ବ୍ରାହ୍ମଣମାଲରେ ଧୁମ୍‌ଧାମରେ ପାଳିତ ହେଲା କାର୍ତ୍ତିକ ଚତୁର୍ଦ୍ଦଶୀ : ଆକର୍ଷଣ ସାଜିଲା ରାବଣ ଦରବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣମାଲ ଗ୍ରାମରେ ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ସୁରେଶ୍ୱର ଦାଶଙ୍କ ସଭାପତିତ୍ୱରେ ଏକ ଭବ୍ୟ ରାବଣ ଦରବାର କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଥିଲା ଏହି ନିଆରା କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅର୍ପିତା ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଶାନ୍ତ ପଣ୍ଡା, ଆଦିତ୍ୟ ଦାଶ ଓ ଗୌନ୍ତିଆ ହରି ସାହୁ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବିଭିନ୍ନ କଳାକାରଙ୍କୁ ସେମାନଙ୍କ କଳା ଓ ଅଭିନୟ ପ୍ରତିଭା ପାଇଁ ସମ୍ମାନିତ କରାଯାଇଥିଲା । ରାବଣ ଭୂମିକାରେ ଗ୍ରାମର ତେଜରାଜ ସାହୁ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ । ଏକ ଛୋଟିଆ ଗ୍ରାମରେ ଏଭଳି ଏକ ଆକର୍ଷଣୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ଅତିଥିମାନେ ଭୂରିଭୂରି ପ୍ରଶଂସା କରିଥିଲେ । ଗ୍ରାମବାସୀଙ୍କ ଏକତା, ସହଯୋଗ ଓ କଳା ସଂସ୍କୃତି ପ୍ରତି ଥିବା ଆଗ୍ରହ ଏହି ଉତ୍ସବକୁ ସ୍ମରଣୀୟ କରିଥିଲା । ଏଥିସହ ଆୟୋଜକ ମଣ୍ଡଳୀ ଓ ସମସ୍ତ ଗ୍ରାମବାସୀଙ୍କ ଉଦ୍ୟମକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ଉପସଭାପତି ଘନଶ୍ୟାମ ସାହୁ, ଆବାହକ ବିଜୁ ସାହୁ, କୋଷାଧକ୍ଷ ଜେନାମଣି ବେହେରା, ସଭ୍ୟ ପିକୁନ ସାହୁ, ପିନୁ ସାହୁ, ଅର୍ଜୁନ ସାହୁ, ଭକ୍ତବନ୍ଧୁ ସାହୁ ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.