
ବାରିପଦା, (ଦେବସ୍ମିତ ଚୌଧୁରୀ) : ଗାଡ଼ି ଲୋନ୍କୁ ନେଇ ଟଙ୍କା ଠକେଇ ମାମଲାରେ ବାରିପଦା ଜିଲ୍ଲା ଜଜ୍ଙ୍କ ବଡ଼ ପଦକ୍ଷେପ । ଦୁଇଟି ଏକଜିକ୍ୟୁସନ୍ ମାମଲାର ବିଚାର କରି ଅଭିଯୁକ୍ତ ଗାଡ଼ି ମାଲିକଙ୍କ ମୟୂରଭଞ୍ଜ ଜିଲ୍ଲାରେ ଥିବା ଜମି ସମ୍ପତ୍ତି ଆଟାଚ୍ମେଣ୍ଟ ପାଇଁ ଆଦେଶ ଦେଇଛନ୍ତି ଜିଲ୍ଲା ଜଜ୍ ସୁଦୀପ୍ତ ଆଚାର୍ଯ୍ୟ । ସୂଚନା ଅନୁସାରେ, ସୁନ୍ଦରମ ଫାଇନାନ୍ସ ଓ ଚୋଳମଣ୍ଡଳମ୍ ଫାଇନାନ୍ସ ପକ୍ଷରୁ ଗାଡ଼ି ଲୋନ୍ ନେଇଥିବା ଦୁଇ ଜଣ ଗାଡ଼ି ମାଲିକଙ୍କ ବିରୋଧରେ ବାରିପଦା କୋର୍ଟରେ ଏକଜିକ୍ୟୁସନ୍ କେସ୍ ନମ୍ବର ୨୦/୨୦୨୫ ଓ ୪୮/୨୦୨୪ ରୁଜୁ ହୋଇଥିଲା । ମାମଲାର ବିଚାର କରି କୋର୍ଟ ଉଭୟ ଫାଇନାନ୍ସ କମ୍ପାନୀକୁ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ଚଳନ୍ତି ଓ ଅଚଳ ସମ୍ପତ୍ତିର ତାଲିକା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ଫାଇନାନ୍ସ କମ୍ପାନୀ ପକ୍ଷରୁ ଓଡ଼ିଶା ଆଇନ ପରିଚାଳକ ନରେନ୍ଦ୍ର ପଣ୍ଡା, ଅକ୍ଷୟ ସାହୁ ଏବଂ ଆଇନଜୀବୀ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରିଥିଲେ ।