pakka

ଫତେଗଡ ରାମ ମନ୍ଦିରରୁ ଚୋରି

bbehera

ଖଣ୍ଡପଡା : ନୟାଗଡ ଜିଲ୍ଲା ଫତେଗଡ ଥାନା ଫତେଗଡ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଚୋରି କରିଥିବା ସୂଚନା ମିଳିଛି । ଖବର ଅନୁଯାୟୀ ବୁଧବାର ସକାଳୁ ମନ୍ଦିରର ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଭିତର ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ତେବେ ହୁଣ୍ଡିରେ ଭକ୍ତମାନେ ଦାନ ଦେଇଥିବା ଟଙ୍କା, ସୁନା, ରୂପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

10 − one =