csstore

ଦମାଇପାଲି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମାଇପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦମାଇପାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଭୋଇ ଓ ସମ୍ମାନିତ ଅତିଥି ଭାବରେ ରାଜାରାମ ବରିହା ଓ ବିଜୟ କୁମାର ସାହୁ ଯୋଗଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଭାଷ ଚନ୍ଦ୍ର ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଞ୍ଜନ କୁମାର ମେହେର ପୁରସ୍କାର ବିତରଣ ସଭାରେ ମଞ୍ଚ ପରିଚାଳନା କରିଥିଲେ । କେନ୍ଦ୍ରାଧୀନସ୍ଥ ବିଦ୍ୟାଳୟମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ କମଳ ଲୋଚନ ସାହୁ, ରମାକାନ୍ତ କାଲୋ, ସ୍ନିଗ୍ଧାରାଣୀ ବାରିକ, ତପ ସୁନା, ପ୍ରତିଭା ସାହୁ ଆଲୋକ ସାହୁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଡଗର କିଶୋର ବନଗୁଲା, ଅବଦୁଲ ରହିମାନ ଅବଦୁଲ ଖାନ, ପ୍ରମୋଦ ଭୋଇ, ଗଙ୍ଗାଧର ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପୁରସ୍କାର ବିତରଣ ପରେ ହେମସାଗର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.