jsm

ବୁଢିମା ମନ୍ଦିରର ରତ୍ନମୁଦ କାର୍ଯ୍ୟ ସଂପନ୍ନ

csstore

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଢେରାପଡା ଠାରେ ନବନିର୍ମିତ ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବ ଗତକାଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଛି । ଏଥିପାଇଁ ଗତକାଲି ସକାଳୁ ପବିତ୍ର ମହାନଦୀର ତେନ୍ତୁଳି ଘାଟଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା ସହ ଢେରାପଡା ସ୍ଥିତ ପୂଜାମଣ୍ଡପରେ ସ୍ଥାପନ କରାଯାଇ ଇନ୍ଦ୍ର ଇନ୍ଦ୍ରାଣୀଙ୍କର ପ୍ରାଣପ୍ରତିଷ୍ଠା ପୂର୍ବକ ବିବାହ କାର୍ଯ୍ୟ ସଂପାଦନ କରି ଆନୁସଙ୍ଗିକ ବିଭିନ୍ନ ଅଙ୍ଗ ଓ ପାର୍ଶ୍ଵ ଦେବତାମାନଙ୍କ ପୂଜା ଯଥା ବାସ୍ତୁ, କ୍ଷେତ୍ରପାଳ, ଯୋଗିନୀ, ଗ୍ରହ ଦିଗପାଳାଦିଙ୍କ ପୂଜା ପୂର୍ବକ ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ପରେ ଉପସ୍ଥିତ ଶ୍ରଦ୍ଧାଳୁ ସମସ୍ତେ ନିଜର ଧାନ, ପଞ୍ଚଶସ୍ୟାଦି ସହ ବିଭିନ୍ନ ଧାତୁ ସମର୍ପଣ କରିଥିଲେ । ପରେ ସମସ୍ତେ ସାମୁହିକ ପ୍ରସାଦ ସେବନ କରିଥିଲେ । ଗତକାଲି କର୍ତ୍ତା ଭାବରେ ରାମଚନ୍ଦ୍ର ପାତ୍ର ଓ ଜ୍ୟୋତିର୍ମୟୀ ପାତ୍ର କାର୍ଯ୍ୟ ତୁଳାଇଥିବା ବେଳେ ଆଚାର୍ଯ୍ୟ ଭାବରେ ପଣ୍ଡିତ ମେଘନାଦ ପାଣିଗ୍ରାହୀ ଓ ରାଧେଶ୍ୟାମ ପୁରୋହିତ କାର୍ଯ୍ୟ ତୁଳାଇଥିଲେ ।

yuvodaya
Leave A Reply

Your email address will not be published.