csstore

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଲା କାଏଲ୍ ରାତିର୍ ୭ ବଜେ ତହଁକ୍ ସାହିତ୍ୟ କୁଟୁମ୍ ବଲାଙ୍ଗିର ଆଡୁ ଗୁଗୁଲ୍ ମିଟ୍ ଥି ଗୁଟେ କବିତା ଆସର୍ ହେଇଯେଇଛେ । ଇ ଉଧେ କବି ରାଜେଶ ଶର୍ମା ମୁଖିଆ କୁନୁଆଁ ହିସାବେ ଯୋଗ୍ ଦେଇଥିବାର ବେଲ୍‌କେ ମାଏନତା କୁନୁଆଁ ହିସାବେ କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର ଯୋଗ୍ ଦେଇଥିଲେ । ଆର୍ କୁନୁଆଁ କବି ହିସାବେ କବି ସୁଦାମ ପୁଟେଲ ଯୋଗ୍‌ ଦେଇଥିଲେ । ସଭା ହେବାର ଆଘୋନୁ ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ସବ୍‌କୁ ସ୍ୱାଗତ୍ କରି କୁନୁଆଁ ପହେଚାନ୍ କରିଥିବାର ବେଲ୍‌କେ ଜନା ସୁନା ଜୁଆନ୍ କଣ୍ଠଶିଳ୍ପୀ, କଲାକାର୍‌ ଜ୍ୟୋତିପ୍ରକାଶ ସାହୁ ମନ୍‌ଘିନା ଭଜନ୍ ଟେ ଗାଇକରି ସବ୍‌କର୍ ଭିତରେ ଭକ୍ତି ଭାବ୍ ଟେ ଭରି ଦେଇଥିଲେ । ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ୍ ଜିଲ୍ଲା ନୁ ଜୁଡି ହେଇଥିଲେ କବିମାନେ । କୁନୁଆଁ ମାନେ ତହଁକ୍‌ର କୋଶଲି ସାହିତ୍ୟ ପ୍ରତି ଅବଦାନ କେ ବନେତୁଡେ ପରସଁସା କରିଥିଲେ । ତହଁକ୍ ଖାଲି ବଲାଙ୍ଗିରେ ନାଇଁ ସେ ସାରା ପଶ୍ଚିମ ଓଡିଶା ଥି ଗୁଟେ ସାହିତ୍ୟ କୁଟୁମ୍ ହିସାବେ ମାନ୍ ସନ୍‌ମାନ୍‌ ପାଏବାର୍ ସାଂଗେ ବହୁତ ଜୁଆନ୍ ପିଢିର୍ କବି ମାନକୁ ଆଗକେ ଆନବାର୍ ଥି ମାହିର୍ ଆଏ ବଲି ତାକର୍ ଟୁଁଡୁ କହିଥିଲେ । ତହଁକ୍‌ର ପରିଚାଳନା ସଂପାଦକ ଦିଲିପ କୁମାର ମିଶ୍ରକର୍ ସଂଯୋଜନା ଥି ୨୬ ଝନ୍ କବି ନିଜର୍ ନିଜର୍ ହାସ୍ୟ ବ୍ୟଙ୍ଗ ସଚେତନତା ଗିତି କବିତା ବାଗିର୍ କବିତା ମାନେ ପଢିକରି ମାହେଲ୍‌ କେ ଜମ୍‌କେଇ ଦେଇଥିଲେ । ଆଏବାର୍ କାର୍ଯ୍ୟକ୍ରମ ମେ’ ମାସ୍ ଶେଷ୍ ଆଡେ ଭୋଟ୍ କେ ନେଇକରି କବିତା ଆସର୍ ହେବାବଲି ସଂପାଦକ୍ ଘୋଷଣା କରିଥିଲେ । ଶେଷେ କବିତା ମିଶ୍ର ଧନ୍ୟବାଦ ଦେଇଥିଲେ ଆର୍ କବି ନରସିଂହ ମହାରଣା କାର୍ଯ୍ୟକ୍ରମ କେ ଭାଂଗଡି କରିଥିଲେ ।

jayashree
Leave A Reply

Your email address will not be published.