jsm

ବରଗଡ଼ରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଜୟନ୍ତୀ ବରଗଡ଼ ସୌଖୀନ ରଂଗ ମଂଚ ପରିସରରେ ପାଳିତ ହୋଇଯାଇଛି । ବାବା ସାହେବଙ୍କ ସଂଘର୍ଷର କାହାଣୀ, ସମାନତା, ଭାତୃତ୍ବ, କୁସଂସ୍କାର ବିରୋଧରେ ଲଢେଇ, ସମ୍ବିଧାନ ପ୍ରଣୟନ, ଆଧୁନିକ ଭାରତ ନିର୍ମାଣରେ ବାବା ସାହେବ ଙ୍କ ଯୋଗଦାନକୁ ସ୍ମୃତି ଉଚ୍ଚାରଣ କରିଥିଲେ । ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ଧିମାନ ଗୁଣମଣୀ ସୁନାନୀ, ଅତିଥି ଆଇନଜୀବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ପବିତ୍ର ଦେହେରୀ ଓ ସଦସ୍ୟ ମାନେ ପୁଷ୍ପମାଲ୍ୟ ଦେଇ ସଭାକୁ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ଆଲବର୍ଟ ଲାକ୍ରା, ଉର୍କୁଲୁ ତାଣ୍ଡି, ପରମେଶ୍ଵର ଲୁହା, ରତନ ଅଗ୍ରୱାଲ, ବିକ୍ରମ ଛତର, ରମେଶ ମହାପାତ୍ର, ତ୍ରିନାଥ ନାଗ, ଗଙ୍ଗାଧର ବିଭାର, ବନମାଳୀ ଦୀପ, ଶକୁନ୍ତଳା ସୁନା, ଅଲିମ ରିଜୱି, ଟିକେଶ୍ୱରୀ ଛତର, ମାରିୟମ ବାର୍ଲା, ଉଦ୍ଧବ ମହାନନ୍ଦ, ଗୋପିନାଥ ଛତ୍ରୀ ଉପସ୍ଥିତ ଥିଲେ । ମଂଚ ସଂଚାଳନ ଗୁରୁଚରଣ ହରପାଲ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇଥିଲା ।

yuvodaya
Leave A Reply

Your email address will not be published.