csstore

ଅନ୍ୱେଷାର ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ଓ ହାପି ମୋମେନ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ୭୭ତମ ସାମୁହିକ ଜନ୍ମ ଦିବସ ଜଗଦା ସ୍ଥିତ ମାନବ ସେବା ସଦନଠାରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଅନ୍ୱେଷାର ସାଧାରଣ ସଂପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବନ୍ଦିତା ମାହାତୋ, ଗ୍ରେସି ଡେଭିଡ୍, ପ୍ରଭାସିନୀ ମିଶ୍ର, ସସ୍ମିତା ପ୍ରଧାନ, ଡଃ ଶଶିକାନ୍ତ ଆଚାର୍ଯ୍ୟ, ହେମନ୍ତା ତାଣ୍ଡିଆ, ସ୍ନେହଲତା ପାତ୍ର, ଦିବାକର ଦାସ, ଜନ୍ମଜୟ ଦାସ, ମୁରଲୀ ପଟ୍ଟନାୟକ, ସୋନାଲୀ ପ୍ରଧାନ, ଅଦିତି ସିହ୍ନା, ତରୁଲତା ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଦନର ଅନ୍ତେବାସୀଙ୍କ ସହ ସାମୁହିକ ଜନ୍ମ ଦିବସ ପାଳନ କରିଥିଲେ । ଏହି ଅବସରରେ ମେ ମାସରେ ଜନ୍ମ ନେଇଥିବା ପିଲାମାନେ କେକ୍ କାଟିଥିଲେ । ସମସ୍ତ ଅନ୍ତେବାସୀଙ୍କୁ ଜଳଖିଆ ଓ କଲମ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ଦିବଙ୍ଗତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ଅନୁଷ୍ଠାନ ଏହିଭଳି ସାମାଜିକ କାର୍ଯ୍ୟକ୍ରମ କରି ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି । ଶେଷରେ ସଂପାଦିକା ଶ୍ରୀମତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.