pakka

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

bbehera

କାଲିମେଳା : କାଲିମେଳା ପୋଲିସକୁ ବଡ ସଫଳତା । ୫୦୦ ଗ୍ରାମ ଗଞ୍ଜେଇ ସହ ଏକ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଥିବା ଖବର ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି । ଖବର ଅନୁଯାୟୀ, ଏକ ପିକ୍‌ଅପ୍ ଗାଡିରେ ତରଭୁଜ ତଳେ ଗଞ୍ଜେଇ ରଖି ପଡୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ । କାଲିମେଳା ପୋଲିସ ଗୁଇନ୍ଦା ସୁତ୍ରରୁ ଖବର ପାଇ ଭୋର ସମୟରେ ସୁଧାଖୁଣ୍ଟା ଜଙ୍ଗଲର ନିକଟରେ ମାଡିବସିଥିଲା । କାହାକୁ କିଛି କହିବା ପୂର୍ବରୁ ଗାଡିରେ ଥିବା ବ୍ୟକ୍ତିମାନେ ଫେରାର୍‌ ମାରିଥିଲେ । ଏହା ପରେ ଉକ୍ତ ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । ଗାଡିରୁ ୨୦ଟି ବସ୍ତାରେ ୫୦୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ବୋଲି କାଲିମେଳା ପୋଲିସ ସୂଚନା ଦେଇଛି । ଏହା ସହିତ ଏହି ଘଟଣାରେ ସାମିଲ ଥିବା ଲୋକଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି କାଲିମେଳା ପୋଲିସ ।

jay balangir
Leave A Reply

Your email address will not be published.

3 × three =