ବିଷ ହେଲା ବାର୍ଥ ଡେ’ କେକ୍ : କେକ୍ ଖାଇ ୧୦ ବର୍ଷର ଝିଅ ମୃତ

ପଞ୍ଜାବ : ବିଷ ହେଲା ବାର୍ଥ ଡେ’ କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ । ଝିଅର ଜନ୍ମଦିନ ପାଳନ ପାଇଁ ପରିବାର ଲୋକେ ଅନଲାଇନରେ କେକ୍ ଅର୍ଡର କରିଥିଲେ । ପଟିଆଲାର ଏକ ବେକେରୀରୁ ଚୋକୋଲେଟ୍ କେକ୍ ଅର୍ଡର କରାଯାଇଥିଲା । କେକ୍ କାଟିବା ସହ ଝିଅର ଜନ୍ମଦିନ ପାଳନ କରିଥିଲେ ପରିବାର । ତେବେ କେକ୍ ଖାଇବା ପରେ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ବାର୍ଥ ଡେ ଗାର୍ଲ ମାନଭି କେକ୍ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମାନଭିଙ୍କ ଜେଜେଙ୍କ ସୂଚନା ଅନୁସାରେ କେକ୍ ଖାଇବା ପରେ ମାନଭିକୁ ପ୍ରବଳ ଶୋଷ ହୋଇଥିଲା । ସେ ବାରମ୍ବାର ପାଣି ପିଇବା ପରେ ଶୋଇ ପଡ଼ିଥିଲା । ଏହାପରେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମାନଭିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପଟିଆଲାର ‘କେକ୍ ଖାନା’ ନାମକ ବେକେରୀରୁ ଏହି କେକ୍ ଅର୍ଡର କରାଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁୟାୟୀ ସଂପୃକ୍ତ ବେକେରୀ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ କେକ୍ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply

Your email address will not be published.

3 + fourteen =