csstore

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ହିଞ୍ଜିଳି, (ପ୍ରଦୀପ କୁମାର ପଣ୍ଡା) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପିତ୍ତଳ ଛକରେ ଜଘନ୍ୟ ହତ୍ୟାକାଣ୍ଡ ଘଯଥିବା ଜଣାପଡିଛି । ଗୋଟିଏ ପରିବାରର ତିନି ଭାଇ ସହ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଲୁହା ରଡ ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ମଧ୍ୟରାତ୍ରିରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ନରେନ୍ଦ୍ରପୁର ଗାଁର ତିନି ଭାଇ ରାଜା ସ୍ଵାଇଁ, ଶମ୍ଵୁ ସ୍ଵାଇଁ, ସଞ୍ଜୟ ସ୍ଵାଇଁ, ଏବଂ ପୁତୁରା ଚନ୍ଦନ ସ୍ଵାଇଁ ମଙ୍ଗଳବାର ରାତିରେ ହିଞ୍ଜିଳି ପିତ୍ତଳ ଛକରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ ଥିବା ବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ବୃତ୍ତମାନେ ଲୁହା ରଡ ଓ କାଠ ଫାଳିଆରେ ସେମାନଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ତଦନ୍ତ ସରିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

jayashree
Leave A Reply

Your email address will not be published.