pakka

ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ : ନଷ୍ଟ କରିଦେଲେ ଧାନ ସହ ପନିପରିବା, ଚିନ୍ତାରେ ଚାଷୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ ଧାନ ସହ ପନିପରିବା ସବୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆସନ୍ତା ୪ ତାରିଖ ଦିନ ଆପଣ ମଣ୍ଡିରେ ଧାନ ବିକ୍ରି କରିପାରିବେ, ସେଥିପାଇଁ ଆପଣଙ୍କୁ ମୋବାଇଲ ମାଧ୍ୟମରେ ଜଣାଇ ଦିଆଗଲା ବୋଲି ରୁଗୁଡ଼ିପାଲି ଗାଁର ଚାଷୀ ରତନ ବାରିକଙ୍କ ମୋବାଇଲକୁ ମେସେଜ ଆସିଛି । ଆଉ ଦିନ ଗୋଟାଏ ପରେ ମଣ୍ଡିକୁ ନେଇ ଧାନ ବିକ୍ରି କରିଥାନ୍ତେ ରତନ । ହେଲେ କଷ୍ଟ ଉପାର୍ଜିତ ଧାନଖରିକୁ ଶନିବାର ରାତିରେ ଉଜାଡ଼ି ଦେଇଛନ୍ତି ହାତୀ । ଏହାସହ ପନିପରିବା ଚାଷକୁ ମଧ୍ୟ ନଷ୍ଟ କରିଦେଇଛନ୍ତି । ଫଳରେ ପରିବାର ପୋଷଣ କେମିତି କରିବେ ତାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ ଜଣକ । ହେଲେ ଜଙ୍ଗଲ ବିଭାଗ ହାତୀ ଘୋଉଡ଼ାଇବାର ପଦକ୍ଷେପ ନେଉନଥିବାରୁ ଚାଷୀମହଲରେ ଅସନ୍ତୋଷର ଦାନା ବାନ୍ଧିଛି । ଦେଓଗାଁ ବ୍ଲକ ତଥା ବଲାଙ୍ଗିର ରେଞ୍ଜର ଆଟଗାଁ ଫରେଷ୍ଟ ସେକ୍ସନର ରୁଗୁଡ଼ିପାଲି ସ୍ଥିତ ଭୀମପାହାଡ଼ ଜଙ୍ଗଲରେ ଘୁରି ବୁଲୁଛନ୍ତି ୧୪ଟିକିଆ ହାତୀପଲ । ହାତୀପଲ ଗତ ଶନିବାର ରାତିରେ ରୁଗୁଡ଼ିପାଲି ଗାଁର ରତନ ବାରିକଙ୍କ ୭୦ବସ୍ତା ଅମଳ ହେବାକୁ ଥିବା ଧାନ ଖରିକୁ ଛାରଖାର କରି ଦେଇଥିବା ବେଳେ ୫୦ହଜାର ଟଙ୍କା ଖର୍ଚ୍ଚ କରି ଫୁଲକୋବି, ଭେଣ୍ଡି, ଗୁଆରସେମି, ଭାଜିଶାଗ, କରଲା ଚାଷକୁ ନଷ୍ଟ କରି ଦେଇଥିବା ଅଭିଯୋଗ କରିଛନ୍ତି । ସେହିପରି ଏହି ଗାଁର ରତନ ନାଏକ ଓ ଅରକ୍ଷିତ ମହାକୁରଙ୍କ ମଧ୍ୟ ପାତଲଘଣ୍ଟା ଚାଷ ଓ ଧାନ ଖରିକୁ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି । ହାତୀ ଦ୍ବାରା ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ କ୍ଷତିପୂରଣ ପାଇବା ପାଇଁ ସ୍ଥାନୀୟ ରେଞ୍ଜର ଓ ଫରେଷ୍ଟରଙ୍କୁ ଲିଖିତ ଭାବେ ଜଣାଉଥିଲେ ମଧ୍ୟ କ୍ଷତିପୂରଣ ଠିକ୍‌ ଭାବେ ପାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

10 + seven =