pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦିବାସୀଙ୍କୁ ଅଣଦେଖା ନେଇ ଅସନ୍ତୋଷ : ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସାମ୍ବାଦିକ ସମ୍ମିଳନୀ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଥିବା ନେଇ ଆଜି ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବା ନେଇ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ଆଦିବାସୀ ଓ ପଛୁଆ ବର୍ଗଙ୍କୁ ବୈମାତୃକ ମନୋଭାବ କରି ରାଜନୈତିକ କ୍ଷେତ୍ରରେ ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କୁ ଦୁର୍ବଳ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ କହିଛନ୍ତି । ଯଦି ଆଗାମୀ ଦିନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସଂରଣକ୍ଷ ଦିଆନଯାଏ ତେବେ କଂଗ୍ରେସ ଦଳ ରାଜରାସ୍ତାକୁ ଆସିବା ସହ ଆନ୍ଦୋଳନ କରିବ ବୋଲି ପୂର୍ବତନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

15 − 11 =