jsm

ବଣାଇ ଉପଖଣ୍ଡ ପାଲଟିଛି ନିଶାଦ୍ରବ୍ୟର ଗନ୍ତାଘର

csstore
  • ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଉପଖଣ୍ଡରେ ବ୍ୟାପିଲାଣି ଅଫିମ ଚାଷ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡରେ ଥିବା ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥିବା ବେଳେ ଏବେ ଅଫିମ ଚାଷ କରାଯାଉଥିବା ଆଲୋଚନା ହେଉଛି । ଅଞ୍ଚଳରେ ଅଧିକାଂଶ ଗାଁ ଗୁଡ଼ିକରେ ବ୍ୟାପକ ମାତ୍ରାରେ ମହୁଲି ମଦ ବିକ୍ରି ଚାଲିଥିଲେ ମଧ୍ୟ ମାସିକିଆ ବଟି ନେଇ ଅଧିକାରୀ ସ୍ଥାଣୁ ପାଲଟି ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହା ଫଳରେ କୁଚିଆ ମଦ ବେପାରୀ ଓ ଢ଼ାବା ମାଲିକମାନେ ନିର୍ଭୟରେ ନିଜର ବେପାର ଚଳାଇଥିବା ସାଧାରଣରେ ଆଲୋଚନା ହେଉଛି । ବଣାଇ ଅବକାରୀ ବିଭାଗ ନାମକୁ ମାତ୍ର ମଝିରେ ମଝିରେ ମହୁଲ ପୋଚ ନଷ୍ଟ କରିଦେଇ ନିଜର କାର୍ଯ୍ୟ ସାରି ଦେଉଛି । ଯାହା ଦ୍ଵାରା ବଣାଇ ଉପଖଣ୍ଡରେ ଅଫିମ ଚାଷ ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ଅଳ୍ପ କିଛି ଗଛ ନଷ୍ଟ କରାଯାଇଛି । ବଣାଇଁ ଉପଖଣ୍ଡରେ ଅଫିମ ଚାଷ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ମହୁଲପଦା ଥାନା ଅନ୍ତର୍ଗତ କିରି, କେତ, କୁନୁକୁଣ୍ଡଳ ଗ୍ରାମ ନିକଟସ୍ଥ ସରକାରୀ ଜମିରେ ଅଫିମ ଚାଷ ହୋଇଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଆଜି ଅବକାରୀ ବିଭାଗ ସହିତ ଉପଖଣ୍ଡ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଜଙ୍ଗଲ ମଝିରେ ସରକାରୀ ଜମିରେ ହୋଇଥିବା ପ୍ରାୟ ୨ ଏକର ଜମିରୁ ପରିପକ୍ଵ ଅଫିମ ଗଛକୁ ବେପାରୀ ବିକ୍ରି କରିସାରିଥିବା ବେଳେ ବଳକା ଗଛ ଗୁଡ଼ିକୁ ନଷ୍ଟ କରାଯାଇଥିଲା ଓ ଏଥିରେ ସଂପୃକ୍ତ କାହାରିକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି । ଚାଷ ହୋଇଥିବା ଜମିର ପରିମାଣ ଅନୁସାରେ ଅଫିମର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ‌। ଚଢ଼ାଉରେ ଉପଖଣ୍ଡର ଅତିରିକ୍ତ ଜିଲ୍ଲାପାଳ ରାଜ କିଶୋର ଜେନାଙ୍କ ସମେତ ଅବକାରୀ ସୁପରିଟେଣ୍ଡେଣ୍ଟ୍ ଆସିଫ ଅଲ୍ଲି, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱରାଜ ଦେବତା, ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ, ଲହୁଣୀପଡ଼ା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି, ବଣାଇଁ ଅବକାରୀ ରେଞ୍ଜ ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକ, ସ୍ନେହଲତା ନାଏକ, ଶ୍ରୀଧର ମାହାନ୍ତି, ତେଜରାଜ ଗହିରଙ୍କ ସମେତ ବହୁ ଅବକାରୀ ଓ ପୋଲିସ ବିଭାଗର ଅଧିକାରୀ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.