pakka

ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା

bbehera

ବାଙ୍କୀ : ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍‌ରେ ଅଧିକାରୀ ଓ ବିଶେଷଜ୍ଞମାନେ ବିଭକ୍ତ ହୋଇ ପକ୍ଷୀ ଗଣନା ସମ୍ପନ୍ନ ହୋଇଥିବା ଚନ୍ଦକା ବନ ବିଭାଗର ଏସିିଏଫ୍‌ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି । ବିଶେଷଜ୍ଞମାନେ ପକ୍ଷୀ ଗଣନା ସମୟରେ ୩୧ଟି ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ କରାଯାଇଛି । ଚଳିତ ବର୍ଷ ୫ଟି ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଗଣନା ସମୟରେ ଚିହ୍ନଟ କରାଯାଇଥିବା ବିଶେଷଜ୍ଞମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗଣନାରେ ଅବୈତନିକ ଜଙ୍ଗଲ ୱାଡେନ୍‌, ଜଙ୍ଗଲ କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ଛାତ୍ର, ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, କୃଷି ମହାବିଦ୍ୟାଳୟ, ସ୍ୱେଚ୍ଛାସେବୀମାନେ ଏହି ଗଣନା କାର୍ଯ୍ୟରେ ଭାଗ ନେଇଥିଲେ ବୋଲି ଡିଭିଜନାଲ୍‌ ଫରେଷ୍ଟ ଅଫିସର କହିଛନ୍ତି ।

Leave A Reply

Your email address will not be published.

seventeen − fifteen =