pakka

ହକି ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହକି ବିଶ୍ୱକପ ଉଦ୍‌ଘାଟନ ଉତ୍ସବକୁ ସ୍ମରଣ କରିବା ପାଇଁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ବିଦ୍ୟାଳୟରେ ହକି ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଡମାଳ ରେଲ ଷ୍ଟେସନ ମାଷ୍ଟର ସୁଦର୍ଶନ ବିଶ୍ୱାଲ ଯୋଗ ଦେଇ ପତାକା ଦେଖାଇ ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ରଙ୍ଗୋଲି, ସଂଗୀତ, ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ରଙ୍ଗୋଲିରେ କୁମୁଦିନି ସାହୁ, ଖୁସୁବୁ ରଣା, ପ୍ରାଚୀ ରଣା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିମାନଙ୍କ ଠାରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ନନ୍ଦ, ସମୀର ସେଠ, ଦୀପକସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୋପଦୀ ଭୋଇ, କାନ୍ତି ଭୋଇ, ଯଶୋବନ୍ତି ସୁନା, ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ରାମ ନାରାୟଣ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

13 − 6 =

error: Content is protected !!