pr

କୃଷକ ସାଥୀମାନଙ୍କ ଖପ୍ରାଖୋଲ ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

dr. purohit

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସାଥୀ ସଂଘ ତରଫରୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବୀରେ ଶୁକ୍ରବାର ଧାରଣା ଦେଇଥିଲେ । ଓଡିଶା କୃଷକ ସାଥୀ ସଂଘର ଡ଼ାକରାରେ ୧୪ ଦଫା ଦାବୀ ନେଇ କୃଷକ ସାଥୀମାନେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବୀ ସମ୍ବଳିତ ଦାବୀପତ୍ର ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେରଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ପାଟଣାଗଡ଼ କୃଷି ଜିଲ୍ଲା ଅଧିକାରୀ ଗୋରେନ୍ଦ୍ର ନାଥ ସିଂ, ଖପ୍ରାଖୋଲ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ ଉପସ୍ଥିତ ଥିଲେ । ଦାବୀଗୁଡିକ ମଧ୍ୟରେ କୃଷକ ସାଥୀମାନେ ସରକାରଙ୍କ କୃଷି ବିଭାଗ ତରଫରୁ ଅନେକ କାମ କରୁଥିଲେ ମଧ୍ୟ ତାଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ କୃଷକ ସାଥୀଙ୍କୁ ତାଲିମ ପ୍ରଦାନ କରି ସାର୍ଟିଫିକେଟ ପ୍ରଦାନ, ପରିସଂଖ୍ୟାନ ବିଭାଗରେ ଅମିନ ଭାବରେ ନିୟୋଜିତ, ଅଗ୍ରଣୀ କୃଷକ ସାଥୀ ପରିବର୍ତ୍ତେ କୃଷି କର୍ମଚାରୀ ମାନ୍ୟତା ପ୍ରଦାନ, କୃଷି ଭିତ୍ତିକ କାର୍ଯ୍ୟକ୍ରମରେ ଏନ୍‌ଜିଓ ବଦଳରେ କୃଷକ ସାଥୀଙ୍କୁ ନିଯୁକ୍ତି, ଡ୍ରେସ କୋର୍ଡ଼ ସହ ପରିଚୟପତ୍ର ପ୍ରଦାନ, ଇ ରୋଗ ପୋକ ସର୍ବେକ୍ଷଣରେ ସାମିଲ, କୃଷକ ସଶକ୍ତିକରଣ ଏବଂ ବିହନ ବିଶୋଧନ କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ବଦଳରେ କୃଷକ ସାଥୀଙ୍କୁ ସାମିଲ, ସରକାରଙ୍କ ନର୍ଦ୍ଦେଶ ଅନୁସାରେ ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ କୃଷି କାର୍ଯ୍ୟରେ ନିୟୋଜନ, ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟରେ ସାମିଲ, ମୃତ୍ତିକା ନମୁନା ସଂଗ୍ରହ ଓ ପରୀକ୍ଷା କାର୍ଯ୍ୟରେ ସାମିଲ, କେନ୍ଦ୍ରୀୟ ଭୁମି ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ କରି ଶ୍ରମିକ ପ୍ରଦାନ । ମାସିକ ଏକ ହଜାର ପରିବର୍ତ୍ତେ କୁଶଳୀ ଶ୍ରମିକ ହିସାବରେ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବୀ ରହିଛି । ଏହି ଅବସରରେ କୃଷକ ସାଥୀ ସଂଘ ସଭାପତି ନିଲାମ୍ବର ବିଶ୍ୱାଳ, ସମ୍ପାଦକ ସମ୍ପତି ଭୋଇ, ଛାୟାକାନ୍ତ ବାରିକ, ବୀରେନ୍ଦ୍ର ବାରିକ, ସଞ୍ଜୟ ବୁଡ଼େକ, ବିଭିଷଣ ମାଝୀ, ଜଳନ୍ଧର ବେହେରା, ଘନଶ୍ୟାମ ଭୋଇ, ଲମ୍ବୋଦର ସୁନା, ବିନୋଦ ଠେଲା, ସୁନ୍ଦର ବରିହା, ଆନନ୍ଦ ବାରିକ ପ୍ରମୁଖ ସମସ୍ତ କୃଷକ ସାଥୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.