csstore

ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିହାରର ଦରଭଙ୍ଗା ଠାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମା’ଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ଠାରେ କଲମପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । କଲମପୁର ମଣ୍ଡଳ ସଭାପତି ହିତେଶ କୁମାର ପାତ୍ର, ବିଜମରା ମଣ୍ଡଳ ସଭାନେତ୍ରୀ ସରିତା ସରାଫ, ଜିଲ୍ଲା ପ୍ରତିନିଧି ଅରୁଣ ପଣ୍ଡା, ସୁଧୀର ରଞ୍ଜନ ବାଗ, ସାଧାରଣ ସମ୍ପାଦକ ସତ୍ୟବାନ ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ପଣ୍ଡା, ଘନଶ୍ୟାମ ନାୟକ, ପୁଣ୍ଡାରୀକାକ୍ଷ ନାୟକ ଏବଂ ବ୍ଲକର ବିଜେପି କର୍ମୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ମନ୍ତବ୍ୟକୁ ଦୃଢ଼ ନିନ୍ଦା କରାଯାଇଥିଲା ।

jayashree
Leave A Reply

Your email address will not be published.