pakka

ଉଡ଼ାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆଁପାଲିକୁ ହରାଇ ଉଡାର ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ଶନିବାର ଦିନ ଦେଓଗାଁ ବ୍ଳକ ଅନ୍ତର୍ଗତ ଉଡାର ଗାଁରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁନ୍ଦେଇମାଲ, ଟେବଡ଼ାମୁଣ୍ଡା, ପାଣ୍ଡେଲ, ଥାଲବନ୍ଧ, ବଲାଙ୍ଗିର, ମାଳିପାଲି, ନୂଆଁପାଲି ଓ ଉଡ଼ାର କ୍ରିକେଟ ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ନୂଆଁପାଲିକୁ ହରାଇ ଉଡ଼ାର ଦଳ ଚାମ୍ପିୟନ ହୋଇଥିଲା । ପ୍ରତିଯୋଗିତାର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଦିପ ଛତ୍ରିଆ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନାତନ ସାହୁ, ପ୍ରସନ୍ନ ବିଶ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଖେଳ ପରିଚାଳନା କରିଥିଲେ ଧରଣୀଧର ପ୍ରଧାନ, ବିଘ୍ନରାଜ ପଧାନ, ସକିର୍ତ୍ତନ ସାହୁ, ବୁଲୁ ପଧାନ ଓ ନୀଳକଣ୍ଠ ସେଠ । ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ଆନନ୍ଦ ବିଶ୍ବାଲ ଓ ମଣ୍ଟୁ ପଧାନ । ଉଡ଼ାର କ୍ରିକେଟ କ୍ଲବର ରୂପେଷ ସାହୁ, ଆନନ୍ଦ ପଧାନ, ସରୋଜ ପଧାନ, ଅଜୁ ପଧାନ, ବୁଲୁ ସାହୁ, ସୁବାସ ପଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

3 × 3 =