ବଲାଙ୍ଗିର ସହରର ଆର୍‌ଟିଓ ଛକକୁ ପର୍ଶୁରାମ ଛକ ନାମରେ ନାମିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆର୍‌ଟିଓ ଛକକୁ ପର୍ଶୁରାମ ଛକ ନାମରେ ନାମିତ କରାଯାଇଛି । ବଲାଙ୍ଗିର ବ୍ରାହ୍ମଣ ସମାଜର ଅନୁରୋଧ କ୍ରମେ ଆଜି ପୂର୍ବାହ୍ନରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ଆରଟିଓ ଅଫିସ ଛକକୁ ପର୍ଶୁରାମ ଛକ ନାମରେ ନାମିତ କରାଯାଇଥିବା ବେଳେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୌର ଅଧ୍ୟକ୍ଷା ଲିକା ସାହୁଙ୍କ ସହ ବହୁ ବିଜେଡ଼ି କର୍ମକର୍ତ୍ତା ଏବଂ ବଲାଙ୍ଗିର ବ୍ରାହ୍ମଣ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + ten =