csstore

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଧାରଣା ଜାରି : ପୌର ନିର୍ବାଚନ ପାଇଁ ଚାଷୀ ସମାବେଶ ମାସେ ଘୁଞ୍ଚିଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଚାଲିଥିବା ଧାରଣା ୨୦୦ ଦିନରେ ଜାରି ରହିଛି । ଏହାକୁ ନେଇ ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ଚାଷୀ ସମାବେଶ ପୌର ନିର୍ବାଚନ ପାଇଁ ଗୋଟିଏ ମାସ ଆଗକୁ ଘୁଞ୍ଚା ଯାଇ ଆସନ୍ତା ଏପ୍ରିଲ ୨୮ ତାରିଖ ଦିନ କରାଯିବାକୁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଧାରଣା ସଂଘ ପକ୍ଷରୁ ସୂଚନା ମିଳିଛି । ଏହି ଧାରଣା ୨୦୦ ଦିନରେ ପହଞ୍ଚିଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ପଶ୍ଚିମ ଓଡିଶା ସେବା ସଂଘ, କର୍ମଚାରୀ ସଂଘ, ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ, ଭିଲେଜର୍ସ ଇଣ୍ଡିଆ ପାର୍ଟି, ଆଦିବାସୀ ମହାସଂଘ, ଆଖୁ ଚାଷୀ ସଂଘ, ଓଡିଶା କୃଷି ଭିତ୍ତି ଶିଳ୍ପ କାର୍ଯ୍ୟକ୍ଷମ ଆନ୍ଦୋଳନ, ଅନୁସୂଚିତ ଜାତି କଲ୍ୟାଣ ମହାସଂଘ, ଭୂମିହୀନ ସଂଘ ବଲାଙ୍ଗିର, ଜୟ କିଷାନ ଆନ୍ଦୋଳନ ବଲାଙ୍ଗିର ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.