jsm

ଆନ୍ତଃରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରମ୍ଭାର ପ୍ରଫୁଲ୍ଲ ତରାଇ ନ୍ୟାସନାଲ ବୋଲିଙ୍ଗ ଦଳ ପାଇଁ ମନୋନୀତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପଶ୍ଚିମବଙ୍ଗଠାରେ ପଦ୍ମଶ୍ରୀ ଅଜିତ ୱାଡ଼କର ପକ୍ଷରୁ ଦିବ୍ୟାଙ୍ଗ ୱାରିୟରସ କ୍ରିକେଟ ଆସୋସିଏସନ୍‌ ପଶ୍ଚିମବଙ୍ଗ ଆନୁକୂଲ୍ୟରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରମ୍ଭା ଟୁର୍ଣ୍ଣାମେଣ୍ଟର ଓଡିଶା ଦଳ ପକ୍ଷରୁ ପ୍ରଫୁଲ୍ଲ ତରାଇ ସର୍ବାଧିକ ଉଇକେଟ ହାସଲ କରି ଆଗାମୀ ଜାତୀୟ ସ୍ତର ଦଳ ପାଇଁ ମନୋନୀତ ହୋଇଥିବାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଆୟୋଜିତ ଖେଳରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଓଡିଶା ଦଳ ପାଇଁ ୨ ଗୋଟି ମ୍ୟାଚରେ ୫ ଉଇକେଟ ସଂଗ୍ରହ କରିଥିଲେ । ୬ ଓଭର ବୋଲିଂ କରି ଟୁର୍ଣ୍ଣାମେଣ୍ଟ ଟ୍ୱଣ୍ଟି ଟ୍ୱଣ୍ଟି ଫରର୍ମାଟରେ ଖେଳା ଯାଇଥିଲା । ଓଡିଶା ଦଳ ପକ୍ଷରୁ ପ୍ରଫୁଲ୍ଲ ତରାଇ ସର୍ବାଧିକ ଉଇକେଟ ହାସଲ କରି ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଜାତୀୟ ସ୍ତର ଦିବ୍ୟାଙ୍ଗ ଟୁର୍ଣ୍ଣାମେଣ୍ଟରେ ସାଉଥ ଜୋନ ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶା ଦିବ୍ୟାଙ୍ଗ ଦଳ ପାଇଁ ରମ୍ଭା କ୍ରିକେଟ କ୍ଳବର(ଦିବ୍ୟାଙ୍ଗ) ପ୍ରଫୁଲ୍ଲ ତରାଇ ଉଚ୍ଚ କୋଟିର ବୋଲିଂ ଖେଳ ଚମତ୍କାରିତା ପ୍ରଦର୍ଶନ କରିଥିବାରୁ ରମ୍ଭା କ୍ରିକେଟ କ୍ଲବର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ମହେଶ ନାୟକ(ଅଧିନାୟକ), କ୍ଷେତ୍ର ମୋହନ ବେହେରା, ଜିଲୁ, ସନ୍ଦୀପ, ଚିକୁ ଶ୍ରୀକାନ୍ତ, ସଚିନ, ମନୋଜ, ଜୁଲି, ଝରଣା, ରୁଦ୍ର ପ୍ରମୁଖ ରମ୍ଭା କ୍ରିକେଟ କ୍ଲବ ପକ୍ଷରୁ ଉପସ୍ଥିତ ରହି ସମ୍ମାନିତ କରିଥିଲେ ।

yuvodaya
Leave A Reply

Your email address will not be published.