କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଉଳ ଦିଆଯିବା କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ବ୍ୟାଗ ବଣ୍ଟନକୁ କରାଗଲା ବିରୋଧ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶବ୍ୟାପି ଆଗାମୀ ପାଞ୍ଚ ବର୍ଷ ପାଇଁ ରାସନ କାର୍ଡଧାରୀଙ୍କୁ ମାଗଣା ଚାଉଳ ଦେବାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ବୁଧୁବାର ଦିନ ଟିଟିଲାଗଡ ୱ।ର୍ଡ ନଂ-୧୦ରେ ନବୀନ ପଟ୍ଟନାୟକଙ୍କ ବ୍ୟାଗ ଚାଉଳ ବଣ୍ଟନ କେନ୍ଦ୍ରରେ ବ୍ୟାଗ୍ ବଣ୍ଟା ଯାଉଥିବାରୁ ଟିଟିଲାଗଡ ବିଜେପି ପାର୍ଟି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ୱରେ ବ୍ୟାଗ୍ ବଣ୍ଟନକୁ ବିରୋଧ କରି ପ୍ରତିବାଦ କରାଗଲା । ଏହି ସମୟରେ ବିଜେପିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ଦେବେ ଚାଉଳ ଆଉ ଖାଲି ବ୍ୟାଗ କାହିଁକି ବାଣ୍ଟୁଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ । ତାହା ପୁଣି ଚାଉଳ ବାଣ୍ଟିବା ସ୍ଥାନରେ ରାଜ୍ୟ ସରକାର ସେହି ବ୍ୟାଗରେ ଚାଉଳ କାହିଁକି ଦେଉ ନାହାନ୍ତି ବୋଲି କହିବା ସହ ଏହି ବଣ୍ଟନ କେନ୍ଦ୍ରରେ ବ୍ୟାଗ ବଣ୍ଟନ ନ କରିବାକୁ କହିଥିଲେ ।

Leave A Reply

Your email address will not be published.

4 × four =