ମୁରିବାହାଲ ରେଳଷ୍ଟେସନରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ ରହଣୀ ନେଇ ରେଳ ବିଭାଗର ସବୁଜ ସଙ୍କେତ

  • କେନ୍ଦ୍ର ରେଳମନ୍ତ୍ରୀ ଓ ଲୋକସଭା ସାଂସଦଙ୍କୁ କୃତଜ୍ଞତା ଜଣାଇଲେ ମୁରିବାହାଲବାସୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନରେ ମହାମାରୀ କୋଭିଡ ପରେ ସଂପୂର୍ଣ୍ଣ ରୁପେ ବନ୍ଦ ହୋଇଯାଇଥିବା ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ-ଦୁର୍ଗ (ନ ୧୮୪୨୫-୧୮୪୨୬ )ଓ କୋର୍ବା-ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ (ନଂ ୧୮୫୧୭-୧୮୫୧୮)ର ପୁଣିଥରେ ରହଣୀ ଦାବିରେ ମୁରିବାହାଲ ରେଳ ଅଧିକାର ମଞ୍ଚଙ୍କ ନେତୃତ୍ୱରେ ମୁରିବାହାଲ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ର ରେଳମନ୍ତ୍ରୀ, ବଲାଙ୍ଗିର ଲୋକସଭା ସାଂସଦ ଓ ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ରେଳଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଆସୁଥିଲା । ଶେଷରେ ଦୀର୍ଘଦିନ ପରେ କେନ୍ଦ୍ର ରେଳବିଭାଗ ପକ୍ଷରୁ ପ୍ରଥମେ ଏହି ରେଳଷ୍ଟେସନରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସବୁଜ ସଙ୍କେତ ମିଳିଛି । ଆଗାମୀ କିଛି ଦିନ ମଧ୍ୟରେ ଏହି ଏକ୍ସପ୍ରେସ ଟ୍ରେନ ମୁରିବାହାଲ ଷ୍ଟେସନରେ ପରୀକ୍ଷାମୂଳକ ଭାବେ ରହଣୀ କରିବ ବୋଲି ମଙ୍ଗଳବାର ତା ୧୩/୦୨/୨୪ରେ ଚିଠି ମାଧ୍ୟମରେ ସୁଚନା ଦିଆଯାଇଛି । ପ୍ରକାଶଥାଉ କି ସ୍ଵାଧୀନତା ପୂର୍ବ ୧୯୩୦ ମସିହାରେ ସ୍ଥାପିତ ଏହି ଷ୍ଟେସନ ଉପରେ ମୁରିବାହାଲ ବ୍ଲକ ସମେତ ପଡୋଶୀ ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକ ଅଞ୍ଚଳର ଯାତ୍ରୀ ନିର୍ଭର କରିଥାନ୍ତି । ଏହି ଦୁଇ ଏକ୍ସପ୍ରେସ ଟ୍ରେନ ସ୍ୱତନ୍ତ୍ର ଟ୍ରେନ ରୂପେ ମୁରିବାହାଲ ଷ୍ଟେସନ ଦେଇ ଚଳାଚଳ କରୁଥିଲେ ମଧ୍ୟ କୋଭିଡ କଟକଣା ପାଇଁ ମୁରିବାହାଲ ଷ୍ଟେସନ ସମେତ କେତେକ ଷ୍ଟେସନରେ ରହଣୀ ବନ୍ଦ କରିଦିଆ ଯାଇଥିଲା । ଫଳରେ ସାଧାରଣ ଯାତ୍ରୀଠାରୁ ଆରମ୍ଭ କରି ବ୍ୟବସାୟୀ, ଛାତ୍ରଛାତ୍ରୀ, ରୋଗୀ, ତୀର୍ଥଯାତ୍ରୀ ପ୍ରମୁଖ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ । ଷ୍ଟେସନ ଆଖପାଖ ଅଞ୍ଚଳରେ ଛୋଟ ଛୋଟ ଚା, ପାନ ତଥା ହୋଟେଲ ଆଦି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଛୋଟ ବ୍ୟବସାୟୀ, ଅଟୋ ଓ ଚାରିଚକିଆ ଯାନବାହନ ଆଦି ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ମୁରିବାହାଲ ରେଳ ଅଧିକାର ମଞ୍ଚ ତଥା ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ପରେ ପୁରୀ-ଦୁର୍ଗ ଏକ୍ସପ୍ରେସ ମୁରିବାହାଲ ଷ୍ଟେସନରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗତ ତା୧୪/୦୨/୨୦୧୯ରିଖ ଦିନ ପ୍ରଥମେ ରହଣୀ ଆରମ୍ଭ କରିଥିଲା । ସେହିଦିନଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଟ୍ରେନସେବା ଠିକ ଭାବେ ଚାଲିବା ପରେ ଗତ ୨୦୨୦ ବର୍ଷ ମାର୍ଚ୍ଚ ମାସରୁ ମହାମାରୀ କୋଭିଡ କଟକଣା ଲାଗୁ ଯୋଗୁଁ ରହଣୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା କାରଣରୁ ଲୋକଙ୍କୁ ଏହି ଟ୍ରେନ ଚଢିବା ପାଇଁ ପ୍ରତିଦିନ ଖର୍ଚ୍ଚାନ୍ତ ହୋଇ ଟିଟିଲାଗଡ଼ କିମ୍ବା କଣ୍ଟାବାଞ୍ଜି ୨୫କିମି ଲେଖାଁଏ ଯିବାକୁ ପଡିଥାଏ । କେବଳ ପାସେଞ୍ଜର ଛଡା ଅନ୍ୟ ସମସ୍ତ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାପୂର୍ବରୁ ମଧ୍ୟ ବହୁବାର ରେଳ ଉଚ୍ଚ କର୍ତ୍ତୃପକ୍ଷ, ବଲାଙ୍ଗିର ଲୋକସଭା ସାଂସଦ, କେନ୍ଦ୍ର ରେଳମନ୍ତ୍ରୀ ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଆସୁଥିଲା । ଏବେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସବୁଜ ସଙ୍କେତ ମିଳିବା ପରେ ମୁରିବାହାଲ ରେଳ ଅଧିକାର ମଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ ଓ ରେଲୱେ ବୋର୍ଡ ସଦସ୍ୟ ରାଜେଶ ଅଗ୍ରୱାଲଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଛନ୍ତି । ପୁରୀ-ଦୁର୍ଗ ପରେ କୋର୍ବା ଲିଙ୍କ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି । ମୁରିବାହାଲ ରେଳ ଅଧିକାର ମଞ୍ଚ କାର୍ଯ୍ୟକାରୀ ସଭାପତି ତଥା ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ଉପସଭାପତି ଗଙ୍ଗାଧର ହେର୍ଣ୍ଣା, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର, କାର୍ଯ୍ୟକାରୀ ସମ୍ପାଦକ ଭରତ ଦାସ, ସମ୍ପାଦକ ପଦ୍ମଲୋଚନ ବାଗ, କୋଷାଧ୍ୟକ୍ଷ ଅନୀଲ କୁମାର ଶର୍ମା, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ପ୍ରଦୀପ ବଘାର, ସୁଜିତ ପାଢ଼ୀ, ନାରାୟଣ ସାହୁ, ରାଜୀବ ମହାନ୍ତି, ସୁଧୀର ପାଣି, ସୁରେଶ ଶର୍ମା, ମହେନ୍ଦ୍ର ବାଗ, ମନୋଜ କୁମାର ନାଗ, ଲୀଳାଧର ଶର୍ମା, ଟୁନା କମ୍ପ, ଦୁର୍ଯ୍ୟୋଧନ ନାଗ, କିଶୋର ବିଶି, ଦୀପକ ହାତୀ, ରାଜୀବ କୁଅଁର ,ଭୀଷ୍ମରାଜ ମେହେର, ଅଭୟାନନ୍ଦ ଦାସ, ଭବାନୀ ଶର୍ମା, କିଶୋର ପୃଷ୍ଟି, ମଧୂସୁଦନ ନାଗ, ଚିନ୍ମୟ ଖର୍ସେଲ, ହେମନ୍ତ ଶର୍ମା, ସୁଦର୍ଶନ ଖର୍ସେଲ, ରମାରଞ୍ଜନ ପାତ୍ର, ଚନ୍ଦ୍ର ସାହୁ, ପ୍ରମୋଦ ଦାସ, ଦିବ୍ୟସୁନ୍ଦର ସାହୁ, ଫାଲଗୁନି ହାତୀ, ପରମାନନ୍ଦ ଗହୀର, ଲାଲୁ ଖର୍ସେଲ, ଶିଶିର ବଡ଼ଜେନା, ସୁଧାଂଶୁ ପୋଡ଼ ଯାଦବ, କରନ ଜାଲ, ସୁଶାନ୍ତ ପଧାନ, ମାନସ ଦଲାଇ, ଦୀନେଶ ଧରୁଆ, ବରିଷ୍ଠ ସାମ୍ବାଦିକ ତରଣୀସେନ ମେହେର, ମନୋଜ କୁମାର କର, କେଦାର ବଡ଼ଜେନା, ସୁବ୍ରତ କୁମାର ମହାକୁର, ଶଙ୍କର ଧଙ୍ଗଡାମାଝୀ, ଗିରିଧାରୀ ସାହୁ, ଖଗେଶ୍ୱର ସାହୁ, ସୁମନ୍ତ ମହାଲିଙ୍ଗ, ନବୀନ ତାଣ୍ଡିଙ୍କ ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଦଳମତ ନିର୍ବିଶେଷରେ ମୁରିବାହାଲ ବ୍ଲକ ଅଞ୍ଚଳର ଶତାଧିକ ଜନସାଧାରଣ ତଥା ଯାତ୍ରୀମାନେ ଏହି ଟ୍ରେନ ରହଣୀକୁ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.

seven − six =