pakka

ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ମଧ୍ୟରେ ବିବାଦକୁ ନେଇ ବିକ୍ଷୋଭ ତୃତୀୟ ଦିନରେ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍‌ଡ୍ଡୀ) : ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ଓ ପୋର୍ଟ ମେନେଜମେଣ୍ଟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଘନୀଭୂତ ହେବାରୁ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାର ଆଜି ତୃତୀୟ ଦିନ ବିତିଗଲା । ଗୋପାଳପୁର ପୋର୍ଟ ୱାଗନ୍ ଲୋଡିଙ୍ଗ ପଏଣ୍ଟରେ କାମ କରୁଥିବା ଶ୍ରମିକ ମାନଙ୍କ ସମସ୍ୟା ନେଇ ତିନି ପ୍ରମୁଖ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନ ଓ ବନ୍ଦର କତ୍ତୃପକ୍ଷଙ୍କ ସହ ଦୀର୍ଘ ଦିନ ହେଲା ଆଲୋଚନା ପରେ ଆଲୋଚନା ଜାରି ରହିଥିଲା । ହେଲେ ପୋର୍ଟ କର୍ତ୍ତୃପକ୍ଷଙ୍କ ମତାମତ ଶ୍ରମିକମାନଙ୍କୁ ସନ୍ତୋଷ କରିବାରେ ବିଫଳ ହୋଇଛି । ଏବଂ ଶ୍ରମିକମାନେ ପୋର୍ଟ କତ୍ତୃପକ୍ଷଙ୍କ ହାବଭାବ ଦେଖି ଭବିଷ୍ୟତରେ ନିଯୁକ୍ତି ପ୍ରଭାବିତ ହେବ ବୋଲି ସନ୍ଦେହ ମଧ୍ୟ କରୁଛନ୍ତି, ଯାହା ଫଳରେ ଶୁକ୍ରବାର ୧୬ ତାରିଖରେ ପୋର୍ଟ ଗେଟ ସାମ୍ନା ରୋଡରେ ତିନି ପ୍ରମୁଖ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକମାନେ ଧାରଣାରେ ଅଡି ବସିଛନ୍ତି ।

ବିବାଦ ଉପୁଜିବାର କାରଣ ଯେ, ପୋର୍ଟ ପରିସର ବାହାରେ ଥିବା ଆଇଆରଇ କଂପାନିର ଉତ୍ତର ପାର୍ଶ୍ୱ ପ୍ଲାଟ ଫର୍ମରେ ଗୋପାଳପୁର ବନ୍ଦରର ମାଲ ଲୋଡିଙ୍ଗ ଆନଲୋଡିଙ୍ଗ କାର୍ଯ୍ୟ ହୁଏ । ଏଥିରେ ପାଖାପାଖି ଏକ ହଜାର ମହିଳା ପୁରୁଷ ଶ୍ରମିକ କାମ କରନ୍ତି ଏବଂ ଆର୍ଜିପଲ୍ଲୀ ପଞ୍ଚାୟତର ଅଧିକାଂଶ ଲୋକଙ୍କ ଜୀବନ ଜୀବିକା ଉକ୍ତ କାମ ଉପରେ ନିର୍ଭରଶୀଳ । ହେଲେ ବର୍ତ୍ତମାନ ଗୋପାଳପୁର ପୋର୍ଟ ସାଉଥ ସାଇଟ୍ ନିଜର ସ୍ୱତନ୍ତ୍ର ରେଳ ଟ୍ରାକ ସହ ଲୋଡିଙ୍ଗ ଆନଲୋଡିଙ୍ଗ ନିମନ୍ତେ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିସାରିଛି ତେବେ ପୋର୍ଟ ଶ୍ରମିକ ମାନଙ୍କୁ ବନ୍ଦର ପରିସରରେ ଥିବା ନବ ନିର୍ମିତ ସାଉଥ ସାଇଡ୍ ପ୍ଲାଟଫର୍ମ ପଏଣ୍ଟରେ କାମ କରିବାକୁ ବାରଣ କରାଯାଉଥିବାରୁ ଶ୍ରମିକ ମାନଙ୍କ ମନରେ ବର୍ତ୍ତମାନ ସେମାନଙ୍କ ନିଯୁକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଶ୍ରମିକ ମାନଙ୍କ ଅଭିଯୋଗ ଯେ, ଗୋପାଳପୁର ବନ୍ଦରରେ ଦୀର୍ଘ ୩୦ ବର୍ଷ ଧରି ସ୍ୱଳ୍ପ ବେତନରେ ଆମେ କାମ କରିଆସୁଥିଲେ । ବିଭିନ୍ନ ସମୟରେ ଟ୍ରେନ କମ ଆସୁଥିବାରୁ କାମ ଠିକସେ ପାଇପାରୁନଥିଲେ ଯେବେ ପୋର୍ଟ ଠିକଠାକ ଚାଲିବା ଆରମ୍ଭ ହେଉଛି ସେତେବେଳେ ଆମକୁ ଭଲ କାମ ଭଲ ଦରମା ଦେବା ପରିବର୍ତ୍ତେ ଛୋଟେଇ କରିବା ପାଇଁ ଷଡଯନ୍ତ୍ର କରାଯାଉଅଛି ବୋଲି ଶ୍ରମିକ ନେତା ମାନେ ଅଭିଯୋଗ ଆଣିଛନ୍ତି । ଯେଉଁ ପର୍ଯ୍ୟନ୍ତ ପୋର୍ଟ କର୍ତ୍ତୃପକ୍ଷ ଆମ ମାନଙ୍କୁ ପୋର୍ଟ ପରିସରରେ ଥିବା ନୁଆ ପ୍ଲାଟଫର୍ମ ବା ୱାଗନ୍ ଲୋଡିଙ୍ଗ ପଏଣ୍ଟରେ କାମ କରିବାକୁ ଦେବ ନାହିଁ ସେ ପର୍ଯ୍ୟନ୍ତ ଲଢେଇ କରିବୁ ବୋଲି ଆଜି ଧାରଣାସ୍ଥଳରେ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି । ଆମେ ଅଞ୍ଚଳବାସୀ ଏ ଅଞ୍ଚଳର ଜମି ପାଣି ପବନ ସବୁକିଛି ପୋର୍ଟ ନିର୍ମାଣ ବେଳେ ଉତ୍ସର୍ଗ କରିଥିଲୁ ଯେ, ଆମ ଜୀବନ ଜୀବିକା ଭବିଷ୍ୟତରେ ଉଜ୍ଜ୍ବଳ ହେବ ବୋଲି ହେଲେ ପୋର୍ଟ ଆଜି ଆମକୁ ସାବତ ପୁଅ ଭଳି ବ୍ୟବହାର କରୁଛି । ପୋର୍ଟ ପରିସରେର କାମ କରିବାକୁ ବାରଣ କରୂଛି । ବନ୍ଦରରେ ବଡ ବଡ ଜାହାଜ ଲାଗିବା ଫଳରେ ଏବେ ମାଛ ମଧ୍ୟ ଆଉ ଆଗଭଳି ପଡୁନାହିଁ ଯାହାଫଳରେ ଆମ ପାରମ୍ପରିକ ଜୀବିକା ମଧ୍ୟ ପ୍ରଭାବିତ ହେଉଛି ବୋଲି ମଧ୍ୟ ଅନେକ ଶ୍ରମିକ ଧାରଣାସ୍ଥଳରେ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ଗୋପାଳପୁର ପୋର୍ଟ ଡକ୍ ୱାର୍କସ ୟୁନିୟନ ପକ୍ଷରୁ ଜି. ଜଗନ୍ନାଥ, ଜି. ଡାଲେୟା, ଇ .ଚେନ୍ନେୟା, ଗୋପାଳପୁର ପୋର୍ଟ ମଜଦୁର ୟୁନିୟନର କେ. ଏଲେୟା, ପି. ରାମବାବୁ ଗୋପାଳପୁର ପୋର୍ଟ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଦାନିୟେଲ ଦାସ୍, ଏ. ଭେଙ୍କେଟ୍, ଏମ. କାନକା ଓ ଜି. ମାଲେସୁ ପ୍ରମୁଖ ନେତୃବୃନ୍ଦ ଧାରଣାରେ ବସିଛନ୍ତି ଆଜି ଧାରଣାସ୍ଥଳରେ ବିକ୍ଷୋଭ କରିବାର ତୃତୀୟ ଦିନରେ ପହଞ୍ଚିଛି । ଆସନ୍ତା କାଲି ଏକ ଉଚ୍ଚସ୍ତରୀୟ ଆଲୋଚନା ହେବାର ଆଶା କରାଯାଉଛି ବୋଲି ଜଣାଯାଏ ।

jay balangir
Leave A Reply

Your email address will not be published.

13 − 9 =

error: Content is protected !!