oom

ଖଟଖଟିଆର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖଟଖଟିଆର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍‌ଜ୍ଞାପନ କରାଯାଇଛି । ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ୱରେ ଓ ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟତମ ଅତିଥି ଭାବେ ଶିକ୍ଷକ ସମୀର କୁମାର ପ୍ରଧାନ, ସୁରେନ୍ଦ୍ର କମ୍ପ, ନୃପମଣୀ ମହାଳିକ, ବୈଶାଖୁ ବସ୍ତିଆ ପ୍ରମୁଖ ଯୋଗଦେଇ ବିଦାୟୀ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିଭିନ୍ନ ଉପଦେଶ ବାର୍ତ୍ତା ବଣ୍ଟନ କରିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ସଭା ପରିସରରେ ଏକ ପ୍ଲା କାର୍ଡରେ ପଢିଲେ ପାଠ, ଦିଶିବ ବାଟ, ପାଠ ପଢ଼ିବା ଦେଶ ଗଢିବା, ପାଠ ପଢିବା ମଣିଷ ହେବା ଇତ୍ୟାଦି ବାର୍ତା ଲେଖି ଜୁନିୟର କ୍ଲାସ ପିଲାଙ୍କୁ ଉତ୍ସାହିତ କରିଥିଲେ । ସାନ ପିଲାମାନେ କିପରି ବିଦ୍ୟାଳୟ ନିୟମିତ ଆସିବେ ସମସ୍ତଙ୍କ ପରମ କର୍ତ୍ତବ୍ୟ ବୋଲି ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ନେହାରିଣୀ ପ୍ରଧାନ, ସ୍ୱରୂପା ପଲିଆ ପ୍ରମୁଖ ନିଜ ବକ୍ତବ୍ୟରେ କହିଥିବା ବେଳେ ଛାତ୍ର ଟୁନା ପ୍ରଧାନ, ପ୍ରଦୀପ ସାହୁ, ଲିଲନ ବସ୍ତିଆ ପାଠ ପଡିବା, ମଣିଷ ହେବା ନାରା ଦେଇ ସଭାସ୍ଥଳକୁ ମୁଖରିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହା ରାଜହଂସ, ମାନସୀ ନାଗ ପ୍ରମୁଖ ଯୋଗଦେଇ ବିଦାୟ ଉତ୍ସବ ଉପରେ କହିଥିଲେ । ଶେଷରେ ଛାତ୍ର ସିଦ୍ଧାର୍ଥ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.