pakka

ନିଶା କାରବାର ଉପରେ ବେଲପଡା ପୁଲିସକୁ ମିଳିଲା ବଡ ସଫଳତା : ୬୪୦ ବୋତଲ କପ୍‌ ସିରଫ ସହ ସଂପୃକ୍ତ ୪ ଜଣଙ୍କୁ କୋର୍ଟ ଚାଲଣ, ଦୁଇ ମଟର ସାଇକେଲ ଓ ନଗଦ ଟଙ୍କା ବି ଜବତ

bbehera

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ଅଞ୍ଚରେ ବଢୁଥିବା ବେଆଇନ କପ୍‌ ସିରଫକୁ ରୋକ ଲଗାଇବାକୁ ବେଲପଡା ପୁଲିସ ଜୋର୍‌ସୋର୍‌ ଉଦ୍ୟମ ଜାରି ରଖିଛି । କିଛି ଦିନ ହେବ ଅଚଂଳର ବିଭିନ୍ନ ସ୍ଥାନରୁ ପୁଲିସ କପ୍‌ ସିରଫ ଜବତ କରିଥିବା ବେଳେ ଶନିବାର ସକାଳେ ବେଲପଡା ଥାନା ମାଳିମୁଣ୍ଡା ଗାଁ ପାଖରୁ ଏକ କପ୍‌ ସିରଫ କାରବାର ଚାଲିଥିବା ଜାଣିବାକୁ ପାଇ ପୁଲିସ ରେଡ କରି ସେଠାରୁ ୬୪୦ ବୋତଲ କଫ ସିରଫ ସହ ୪ଜଣକୁ ଧରି ଥାନାକୁ ଆଣିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡା ଥାନା ମାଳିିମୁଣ୍ଡା ଗାଁ ପାଖରେ କପ୍‌ ସିରଫ କାରବାରକୁ ନେଇ ଏକ ବଡ ଧରଣର ଡିଲ ହେବାକୁ ଯାଉଥିଲା । ଏହା ଜାଣିବାପରେ ବେଲପଡା ଥାନା ଅଧିକାରୀ ନିଜ ଟିମକୁ ଧରି ରେଡ କରିଥିଲେ । ପରେ ଘଟଣାସ୍ଥଳରୁ ଚାରି ପେଟି କପ୍‌ ସିରଫ ସମୁଦାୟ ୬୪୦ ବୋତଲ ସହ କିଛି ନିଶା ବଟିକା ଷ୍ଟ୍ରିପ, ଦୁଇଗୋଟି ମଟର ସାଇକେଲ, ଓ କିଣାବିକା ପାଇଁ ନଗଦ୧୪ ହଜାର ୮୭୦ ଟଙ୍କା ଜବତ କରି ବିକ୍ରୟ କରିବା ପାଇଁ ଆସିଥିବା କପାଣୀ ଗାଁର ନିଲମଣି ମେହେର ଓ ନିତ୍ୟାନନ୍ଦ ମେହେର ଓ କିଣିବାକୁ ଆସିଥିବା ତୁରେକେଲା ଅଞ୍ଚଳର ତ୍ରିନାଥ ରଣା ଓ ବେଲପଡାର ଲୁକେଶ ନାଏକକୁ ଧରି ପୁଲିସ ବେଲପଡା ଥାନାକୁ ଆଣିଥିଲା । ତେବେ ବହୁ ଦିନରୁ ବିନା ଲାଇସେନ୍ସରେ କାରବାର ହେଉଥୁବା ଦୋଷୀମାନେ ସ୍ୱୀକାର କରିଥିବା ପୁଲିସ କହିଛି । ଏନେଇ ବେଲପଡା ଥାନାରେ କେସ ନଂ ୧୨୫/୨୧ ଆଇପିସ ୨୭୨/୨୭୪/୨୭୫/୧୨୦(ବି) ମାମାଲା ରୁଜୁ କରି ଅଭିଯୁକ୍ତ ମାନଙ୍କର ଡାକ୍ତରୀ ପରୀକ୍ଷା ପରେ ରବିବାର କୋର୍ଟ ଚାଲଣ କରାଯାଇଥିବା ଜଣାପଡିଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ତ୍ରିନାଥ ରଣା ପୂର୍ବରୁ ବେଆଇନ କପ୍‌ ସିରଫ କାରବାରରେ ତୁରେକେଲା ଥାନାରେ କେସ ନଂ ୮୩/୨୧ର ଟ୍ରକ ଭର୍ତ୍ତି କପ୍‌ ସିରଫ ଚାଲାଣର ମୁଖ୍ୟ ଆସାମୀ ଅଟେ । ତା ନାମରେ ୬ ଗୋଟି ଡକାୟତ କେସ୍‌, ଗୋଟିଏ ଲୁଣ୍ଠନ କେସ୍‌ ଏବଂ ନୂଆପଡା ଜିଲ୍ଲାରେ ଗୋଟିଏ ମଟର ସାଇକେଲ ଚୋରୀ କେସ, ରେଳବାଇ ଲୁହା ଚୋରୀ କେସ୍‌ ଅଛି । ଅନ୍ୟପକ୍ଷେ କିିଛିଦିନ ତଳେ କପାଣି କପ୍‌ ସିରଫ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନୀଳମଣି ମେହେରକୁ ମଧ୍ୟ ପୁଲିସ ଗିରଫ କରିଛି ଏବଂ ତା ନାଁରେ ପୂର୍ବ କେସରେ ବେଲପଡା ଥାନାରେ କେସ ନଂ ୧୨୩/୨୧ ଓ୧୨ ଓ ୪/୨୧ ନମ୍ବର ରହିଛି ।

jay balangir
Leave A Reply

Your email address will not be published.

one × four =

error: Content is protected !!