p purohi

ମହିଳା ଗୋଷ୍ଠୀକୁ ମହୁଚାଷ ଉପକରଣ ବଣ୍ଟନ

dr. purohit

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗାଈବାହାଲ ଓ ଉଡାର ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀକୁ ମହୁଚାଷ ପାଇଁ ଉପକରଣ ବଣ୍ଟନ କରାଯାଇଛି । ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ଗାଈବାହାଲ ପଞ୍ଚାୟତ ଘୁଚିପାଲି ଗାଁର ମା’ ସାବିତ୍ରୀ, ଗାୟତ୍ରୀ, ବୀଣାପାଣି ଗୋଷ୍ଠୀର ୩୦ ଜଣ, ଉଡାର ପଞ୍ଚାୟତ ଲୁହୁରେନପାଲି ଗାଁର ପାର୍ବତୀ ବୁଢାଡଙ୍ଗର, ପାର୍ବତୀ ଗୋଷ୍ଠୀର ୩୦ ଜଣଙ୍କୁ ଏହି ଉପକରଣ ଦିଆଯାଇଛି ବୋଲି ଜୀବନ ଜୀବିକା ମିଶନର ବିପିଏମ୍‌ ପ୍ରଦୀପ ଛତ୍ରୀଆ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କୈଳାସ ସାହୁ, ଏମ୍‌ବିକେ ସ୍ୱର୍ଣ୍ଣଚମ୍ପା ପଧାନ, ସନ୍ଧ୍ୟାରାଣୀ ଭୋଇ, ସିଆର୍‌ପି ନିକାଶା ଭୋଇ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.