jsm

ମଦନପୁର ଆଦର୍ଶ ବିଦ୍ୟାଳୟଠାରେ ୭୨ତମ ବନ ମହୋତ୍ସବ ପାଳିତ

csstore

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଆଦର୍ଶ ବିଦ୍ୟାଳୟଠାରେ ଓଡ଼ିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ଓ ଆଦର୍ଶ ବିଦ୍ୟାଳୟର ମିଳିତ ଉଦ୍ୟମରେ ୭୨ ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ବୃକ୍ଷ ରୋପଣ କରିବା ସହ ଏକ ସଚେତନତା ସଭା ଆୟୋଜନ କରାଯାଇ ଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ତୁଷାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ମୁଖ୍ୟବକ୍ତା ଭାବେ ସରପଞ୍ଚ ରାଜେଶ ଧଙ୍ଗଡ଼ାମାଝୀ, ସଂମାନିତ ଅତିଥି ଭାବେ ବନପାଳ ଲବ ପଣ୍ଡା, ସାମ୍ବାଦିକ ସନ୍ତୋଷ ଦଣ୍ଡସେନା ଉପସ୍ଥିତ ରହି ବୃକ୍ଷ ରୋପଣ ଓ ଏହାର ମହତ୍ୱ ଉପରେ କହିଥିଲେ, ଓଡ଼ିଆ ଅଧ୍ୟାପକ ବିଜୟ କୁମାର ଦାନୀ ସଭା ପରିଚାଳନା କରିଥିବା ବେଳେ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବନରଖି ସନ୍ତୋଷ କୁମାର ଦଳପତି, ଉମେଶ ରାଉତ, ଶଙ୍କର ବାଗ, ନେହେରୁ ଯୁବକେନ୍ଦ୍ର ସ୍ୱୋଚ୍ଛାସେବୀ ଅମର ଭୋଇ, ବିକାଶ ଅଧିକାରୀ ଅଭୟ ବାଘ, କୁନୁ ଛତ୍ରୀଆ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିବାହାକ ଓ ମ.ରାମପୁର ବନାଞ୍ଚଳର ସ୍କ୍ୱାର୍ଡ ପାଟିର କର୍ମଚାରୀ ମାନେ ସାହାର୍ଯ୍ୟ ସହଯୋଗ ଓ ବୃକ୍ଷ ରୋପଣ କରିଥିଲେ ।

yuvodaya
Leave A Reply

Your email address will not be published.