ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରକୁ ସମ୍ପୂର୍ଣ ରୂପେ ସଫା କଲା ପରେ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ଗୋଟିଏ ଗୋଟିଏ ଗଛ ଲାଗାଇଥିଲେ ଓ ତାର ଯତ୍ନ ନେବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନାରାଣୀ ସାହୁ, ଚିନ୍ତାମଣି ସାହୁ, ପ୍ରେମାନନ୍ଦ ବେହେରା, ଜୀବନନନ୍ଦ ସାହୁ, ମିନତୀ ଦାସ, ମାନସ ରଞ୍ଜନ ଶତପଥୀ, ସୁରେଶ ଚନ୍ଦ୍ର ଚୌହାନ, ନିଲିମାରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଉପସ୍ଥିତ ଥିଲେ । ଶେଷରେ ଏହି ପୃଥିବୀକୁ ସବୁଜମୟ କରିବାର ପରିକଳ୍ପନା ନେଇ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.