ପିପିଲିପାଲି ମହିମା ଆଶ୍ରମରେ ଏକବିଂଶତମ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ବାଲ୍ୟଲୀଳା ଅନୁଷ୍ଠିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ନିକଟସ୍ଥ ସୋହେଲା, ପିପିଲିପାଲି, ହଲଦିପାଲି ସୀମା ନର୍ସରୀଠାରେ ଥିବା ମହିମା ଆଶ୍ରମରେ ଏକବିଂଶତମ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ବାଲ୍ୟଲୀଳା ଅନୁଷ୍ଠିତ ହୋଇଯାଇଛି । ପିପିଲିପାଲି ପୋଖରୀରୁ କଳସ ଶୋଭାଯାତ୍ରା ଆସିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞରେ ବ୍ରହ୍ମ ଅବଧୂତ ବୀରେନ୍ଦ୍ର ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାୟାକାନ୍ତ ବାବା, ମଦନ ବାବା ପ୍ରମୁଖ ସହଯୋଗ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ମହିମା ଭକ୍ତ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ବିଶିଷ୍ଟ ମହିମା ଗବେଷକ ତ୍ରିଲୋଚନ ପଟେଲ ବକ୍ତା ଭାବରେ ଯୋଗଦେଇ ଥିଲେ । ମହିମା ଗବେଷକ ତଥା ସଂପାଦକ ଟେକଚାନ୍ଦ ଦୁଆନ ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ କରିଥିଲେ । କେଦାରନାଥ ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଯଜ୍ଞ କମିଟିର ସଭାପତି ନିମାଇଁଚରଣ ଭୋଇଙ୍କ ସହ ହଲଧର ବିଶ୍ୱାଳ, ମନୋଜ ଭୋଇ, ମୁକେଶ ଅଗ୍ରୱାଲ, ବିବେକା ନାଏକ, ତୀର୍ଥବାସୀ ନାଏକ, ଗିର୍ଜେଶ ଖାଡଙ୍ଗା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 5 =

error: Content is protected !!