ବଡମାଧପୁରରେ ବର୍ଣ୍ଣାଢ଼୍ୟ ସମାରୋହରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁରଠାରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ବଡମାଧପୁରର ଗ୍ରାମ-ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଯାତ୍ରା-ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସଭାପତିତ୍ୱ କରିଥିଲା ବେଳେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ୍‌. କିଶୋର ଚନ୍ଦ୍ର ରେଡ୍ଡୀ ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଗଞ୍ଜାମଜିଲ୍ଲା ବିଜେଡି ଉପ-ସଭାପତି ଶଙ୍କର ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ (ପିତୁ) ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଏଥିଲାଗି ୧୮ ଟି ପଂଚାୟତ ଗୁଡିକ ଶସକ୍ତ ହୋପାରିଛି ବୋଲି ଅତିଥିମାନେ କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରାରମ୍ଭରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ଉନ୍ନୟନମୂଳକ କାର୍ଯ୍ୟର ଏକ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା । ବିଭିନ୍ନ ବିଭାଗ ଦ୍ୱାରା ତ୍ୱରାନ୍ୱିତ ହୋଇଥିବା କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ରପୁର ଯୁବନେତା ଜ୍ୟୋତି ରଞ୍ଜନ ସାହୁ, ମହାନାଦପୁରର ଅଶୋକ ପାଣିଗ୍ରାହୀ, ଚମାଖଣ୍ଡି ସରପଞ୍ଚ ମନୋଜ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ସଞ୍ଜିବ ରେଡ୍ଡୀ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ଲକ୍ଷ୍ମୀପୁରର ମାଗୁଣି ବିଷୋୟୀ, ରମେଶ ରେଡ୍ଡୀ, ଶିବ ସେଠୀ, ମହେଶ୍ୱର ପ୍ରଧାନ, ଲଡୁ କିଶୋର ପେଣ୍ଠେଇ, ଏସ୍‌. ଚକ୍ରପାଣି ରେଡ୍ଡୀ, ବାପି ଦାସ, ପୋଡାପଦର ସରପଞ୍ଚ ସୁଜତା ଦାସ, ମହାନାଦପୁର ସମିତି ସଭ୍ୟ ସୁନୀତା ବେହେରା, ନରେନ୍ଦ୍ରପୁର ସମିତିସଭ୍ୟ ବି. ସୋନାଲି ସେନାପତି, ତ୍ରିଲୋଚନ ବେହେରାଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 + 8 =