ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ଥାନାନ୍ତର ପାଇଁ ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କେସିଙ୍ଗା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ ଶାସନ ପ୍ରତିବାଦରେ ଆଜି କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଲୋକଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ କେସିଙ୍ଗା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜନସାଧାରଣଙ୍କୁ ଦୁର୍ବ୍ୟହାର କରିବା ଓ ମନମୁଖୀ ଶାସନ ପ୍ରତିବାଦରେ ଗତ ଦୁଇ ଦିନ ହେଲା କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ଏହାର କୌଣସି ସମାଧାନ ନ କରିବାରୁ ଶେଷରେ ଆଜି କେସିଙ୍ଗାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଜେଡି, ବିଜେପି, କଂଗ୍ରେସ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକେ ସ୍ଵଇଚ୍ଛାରେ ସମସ୍ତ ଦୋକାନ ବଜାର ବନ୍ଦ ରଖି ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.

thirteen − ten =