ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର ଉଦ୍‌ଯାପନୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷା ରଶ୍ମି ସାହୁ ଅଧ୍ୟକ୍ଷତା କରିଥଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଡ଼ା. ଶେଷନ ବିଶି, ସହକାରୀ ପ୍ରଫେସର ସ୍ନାତକୋତ୍ତର ଓଡ଼ିଆ ବିଭାଗ, ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ ଏବଂ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଓ ସ୍ୱନାମଧନ୍ୟ ସାହିତ୍ୟିକ ମୋହନ ସାହୁ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ବଲାଙ୍ଗିର ମାଟି ସହିତ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଚେତନା ସମ୍ପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ସହକାରୀ ପ୍ରଫେସର ତଥା ସଂଯୋଜକ ପ୍ରମୋଦ ସଭା ପରିଚାଳନା କରିଥିଲେ । ନୋଡ଼ାଲ ଅଫିସର ଶ୍ରୀମତୀ କୌଶଲ୍ୟା କିଷାନ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ବ୍ୟାପକତା ତଥା ବିଭିନ୍ନ ପ୍ରତିଯୋଗିତା ସମ୍ବନ୍ଧରେ ବିଶେଷ ଆଲୋକପାତ କରିଥିଲେ । ଅଧ୍ୟକ୍ଷା ପିଲାମାନଙ୍କୁ ନିଜର ଭାଷା ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ତତ୍ପର ରହିବା ପାଇଁ କହିଥିଲେ । ସେ ଚାରିଧାମ ମଧ୍ୟରୁ ପୁରୀଧାମର ଶ୍ରେଷ୍ଠତ୍ୱ କଥା କହିଥିଲେ । ଡା. ଏ.କେ ମଙ୍ଗରାଜ ଜଗନ୍ନାଥ ସଂସ୍କୃତିର ମହନୀୟତା ସମ୍ବନ୍ଧରେ କହିଥିଲେ । ପରେ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ଅଧ୍ୟାପକ ଡା. ପ୍ରକାଶ, ପ୍ରବୀର ସେନାପତି, ବିଭୁତି ପ୍ରଧାନ, ଦେବଦାଶ ଖଟାଇ, ଚିତ୍ତରଞ୍ଜନ ପରିଡା, ରେସମା ହାଁସଦା, ମୋନାଲିସା, ଆକାଶ, ପ୍ରଦ୍ୟୁମ୍ନ, ରୀତା ପାଉଲ, ବିଜୟଲକ୍ଷ୍ମୀ ତଥା ଛାତ୍ରୀ ସଞ୍ଚିତା, ଲୋପାମୁଦ୍ରା, ରାଜା, ପପୁନ ଓ ଅନ୍ୟମାନେ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.

3 × two =