pakka

ବିଦ୍ୟୁତ ଗ୍ରୀଡ ଅଫିସରେ ଅଗ୍ନିକାଣ୍ଡ : ଜଳିଗଲା ପାୱାର ଟ୍ରାନ୍ସଫର୍ମର

bbehera

ଜଳେଶ୍ଵର : ବିଦ୍ୟୁତ ଗ୍ରୀଡ ଅଫିସରେ ଅଗ୍ନିକାଣ୍ଡ । ଜଳିଗଲା ପାୱାର ଟ୍ରାନ୍ସଫର୍ମର । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ନୂଆବଜାର ବିଦ୍ୟୁତ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ । ୨.୫ ଏମଭିଏ ପାୱାର ଟ୍ରାନ୍ସଫର୍ମର ହୁହୁ ହୋଇ ଜଳିଯାଇଥିବା ଖବର ମିଳିଛି । ଆଜି ସକାଳ୬ ଟା ସମୟରେ ଏକ ମାଙ୍କଡ଼ ଡେଇଁ ପଡିବା ପରେ ସଟ୍ ସର୍କିଟ ହୋଇଯାଇଥିଲା । ଆଉ ମାତ୍ର ନିମିଷକ ମଧ୍ୟରେ ପାୱାର ଟ୍ରାନ୍ସଫର୍ମର ହୁହୁ ହୋଇ ଜଳିବା ଆରମ୍ଭ କଲା । ଏହି ଖବର ଲେଖା ହେବା ଯାଏଁ ଅର୍ଥାତ୍ ଦିନ ୮ ଟା ଯାଏଁ ଟ୍ରାନ୍ସଫର୍ମର ଜଳୁଥିବା ଟାଟା ପାୱାର ତରଫରୁ ସୂଚନା ଦିଆଯାଇଛି । ଟାନ୍ସଫର୍ମର ଜଳୁଥିବାରୁ ତମାମ ଜଳେଶ୍ଵର ଅଞ୍ଚଳକୁ ବିଦ୍ୟୁତ ସରବରାହ ସକାଳ ୬ଟାଠାରୁ ବନ୍ଦ କରି ଦିଆଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏପରିକି କି ଗ୍ରୀଡ ଭିତରେ ଥିବା ଟାଟା ପାୱାର କର୍ମଚାରୀମାନେ ବାହାରକୁ ଚାଲିଆସିଥିଲେ ।

jay balangir
Leave A Reply

Your email address will not be published.

15 + one =