pakka

୨୦୨୪ ଓସ୍କାର ପୁରସ୍କାର ଘୋଷଣା : କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

bbehera

ୱାଶିଂଟନ : ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି । ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ । ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ରେ ଓଟିଟି ପ୍ଲାଟଫର୍ମ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି । ଚଳିତବର୍ଷ ପାଇଁ କ୍ରିଷ୍ଟୋଫର ନୋଲାନ ‘ଓପନହାଇମର’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ପୁରସ୍କାର ଜିତିଛନ୍ତି । ବ୍ରିଟେନର ୫୩ ବର୍ଷୀୟ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ତାଙ୍କ କ୍ୟାରିଅରରେ ଖୁବ୍‌ ସମାଲୋଚିତ ହୋଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସେ କେବେବି ଓସ୍କାର ଜିତି ନ ଥିଲେ । ସେ ୨୦୧୭ରେ ‘ଡଙ୍କିର୍କ’ ନିର୍ଦ୍ଦେଶନା ପାଇଁ ଏବଂ ୨୦୧୦ରେ ‘ଇନ୍ସପେସନ୍‌’ ଏବଂ ୨୦୦୧ରେ ‘ମେମେଣ୍ଟୋ’ ପାଇଁ ମୂଳ ସ୍କ୍ରିନ ସ୍କ୍ରିପ୍‌ ପାଇଁ ମନୋନୀତ ହୋଇଥିଲେ । ନୋଲାନ ଜୋନାଥନ ଗ୍ଲେଜରଙ୍କ ‘ଦ ଜୋନ୍‌ ଅଫ୍‌ ଇଣ୍ଟରେଷ୍ଟ’, ୟର୍ଗୋସ ଲାଣ୍ଟିମୋସଙ୍କ ‘ପୋର୍‌ ଥିଙ୍ଗ୍‌ସ’, ମାର୍ଟିନ ସ୍କୋର୍ସେଙ୍କ ‘କିର୍ଲ୍‌ସ ଅଫ୍‌ ଦ ଫ୍ଲାୱାର ମୁନ୍‌’ ଏବଂ ଜଷ୍ଟିନ୍‌ ଟ୍ରାଇଟ୍‌ଙ୍କ ‘ଆନାଟୋମି ଅଫ ଫଲ୍‌’କୁ ପରାସ୍ତ କରିଥିଲେ । ତାଙ୍କ ସ୍ତ୍ରୀ ଏମା ଥୋମାସ୍‌ ନୋଲାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

nine − five =