
କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପୁରୁଣାଗୁମା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ଜଣେ ମୃତ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚାଞ୍ଚେର ଗ୍ରାମର ଲଖନା ମାଝିଙ୍କ ପୁଅର ନିର୍ବନ୍ଧ ପାଇଁ କର୍ଲାପାଟ ନିକଟ ଟିକ୍ରାପଡା ଗାଁକୁ ଦୁଇଟି ପିକଅପ ଭ୍ୟାନ୍ରେ ୫୦ରୁ ଅଧିକ ମହିଳା ଓ ପୁରୁଷ ଯାଇଥିଲେ । ତେବେ ମୃତ ବ୍ୟକ୍ତି ଜଣକ ହେଲେ ଚାଞ୍ଚେର ଗ୍ରାମର ଭୀମ ସାଗର । ଡ୍ରାଇଭର ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଅନ୍ୟ ଯାତ୍ରୀମାନେ କହୁଛନ୍ତି ।