jayashree

ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଓ ଅଟଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଓ ଅଟଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଥ୍‌ର ସଭାପତି ଅକ୍ଷୟ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଡାକ୍ତର ଶିବରକଲ, ଡାକ୍ତର ଶଙ୍କର ସୁବୁଦ୍ଧି ଓ ନାଡି ଶୋଧନ ଡାକ୍ତର ଜଗଦିଶ ପଶାୟତ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ, ହୃଦୟ ଓ ନାଡି ଶୋଧନ ଆଦି ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ସେହିପରି ଅଟଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଗଣେଶ ଜୟସିଂହ ଓ ଲିଲିମା ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫିଟନେସ ପାଥ୍ ଅଞ୍ଚଳକୁ ସଫେଇ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ବିକାଶ ଚନ୍ଦ୍ର ରାଉତରାୟ, ଅବକାଶ ବେହେରା, ଜ୍ଞାନରଞ୍ଜନ ଦାସ, ସଞ୍ଜୟ ସାହୁ, ଡ. ସୁମନ ଦତ୍ତ, ଅଜୟ ପୂଜାରୀ, ରାଜକିଶୋର ଯୋଶୀ, ବିଷ୍ଣୁ ବେହେରା, ଏମ୍‌ଡି ଦାଉଦ୍, ପ୍ରଫୁଲ୍ଲ ଦାସ, ବିଦ୍ୟାଧର ଜେନା, ଡିମ୍ପଲ ଆନନ୍ଦ, ରମେଶ ଯାଦବ, ନାରାୟଣ ସିଂହ, ନିରଞ୍ଜନ ପଟେଲ ପ୍ରମୁଖ ସହଯୋଗ କରିଥିଲାବେଳେ ଶତାଧିକ ବ୍ୟକ୍ତି ଏହି ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.