ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ

ନୂଆଦିଲ୍ଲୀ : ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ । ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ ନାହିଁ । ତେବେ ଏହି ଅବଧି ମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା / YONO / YONO Lite / UPI ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ ନାହିଁ ବୋଲି ଏସ୍‌ବିଆଇ ଅଫିସିଆଲ୍‌ ଟ୍ୱିଟର ହାଣ୍ଡେଲ୍‌ରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.