ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଖାନା ପ୍ରଶାସନ ଅନୁଯାୟୀ, ଆଜି ଦିନ ପ୍ରାୟ ୧୨.୩୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗାୟକ ନରେନ୍ଦ୍ର ଚଞ୍ଚଲଙ୍କର ବ୍ରେନ୍‌ରେ ଏକ ‌କ୍ଲଟିଂ ଥିଲା । ନରେନ୍ଦ୍ର ଚଞ୍ଚଲ ଦୁଇ ପୁଅ ଏବଂ ଗୋଟିଏ ଝିଅଚୁ ଛାଡି ଯାଇଛନ୍ତି ।

ସେ ଅନେକ ପ୍ରସିଦ୍ଧ ଭଜନ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ସେ କେବଳ ଶାସ୍ତ୍ରୀୟ ସଙ୍ଗୀତରେ ନିଜର ନାମ ଅର୍ଜନ କରିନାହାଁନ୍ତି, ବରଂ ଲୋକ ସଙ୍ଗୀତରେ ଲୋକଙ୍କ ହୃଦୟ ଜିତିଥିଲେ ।

ନରେନ୍ଦ୍ର ଚଞ୍ଚଲ ତାଙ୍କ ମା’ କୈଲାଶବତୀଙ୍କୁ ପିଲାଦିନରୁ ମାତାରାନୀଙ୍କ ଭଜନ ଗାଇବା ଶୁଣିଥିଲେ । ଏହି କାରଣରୁ, ଗୀତ ଗାଇବାରେ ତାଙ୍କର ଆଗ୍ରହ ମଧ୍ୟ ବଢ଼ିଗଲା । ତାଙ୍କର ଚୁଲ୍‌ବୁଲ୍‌ ପ୍ରକୃତି ଏବଂଚଞ୍ଚଳତା ହେତୁ ତାଙ୍କ ଶିକ୍ଷକମାନେ ତାଙ୍କୁ ‘ଚଞ୍ଚଲ’ ବୋଲି କହୁଥିଲେ । ପରେ, ନରେନ୍ଦ୍ର ତାଙ୍କ ନାମ ସହିତ ସବୁଦିନ ପାଇଁ ଚଞ୍ଚଲକୁ ଯୋଡିଥିଲେ ।

ସେ ରାଜ କପୁରଙ୍କ ଫିଲ୍ମ ବବିରେ ‘ବେସକ୍‌ ମନ୍ଦିର ମସଜିଦ ତୋଡୋ’ ଗୀତ ଗାଇଥିଲେ । ଏହି ଗୀତଟି ଏପର୍ୟ୍ୟନ୍ତ ଲୋକଙ୍କ ମୁହଁରେ ବଞ୍ଚିରହିଛି । । ମାତାଙ୍କ ପାଇଁ ଗାଇଥିବା ଭଜନ ‘ଚଲୋ ବୁଲାବା ଆୟା ହେ’ ଠାରୁ ନରେନ୍ଦ୍ର ଫିଲ୍ମ ‘ଆଶା’ରେ ସ୍ୱୀକୃତି ପାଇଥିଲେ, ଯାହା ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା । ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ତାଙ୍କର ସୁନାମ ରହିଛି ।

ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ତାଙ୍କ ମୃତ୍ୟୁରେ ପଞ୍ଜାବୀ ଦଲେର ମେହେନ୍ଦୀ ତଥା ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହ ଜଡିତ ଅଭିନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.