lika

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡ଼ିଆରେ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଉଦ୍‌ଘାଟିତ

gbag

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ତିନିଦିନ ଧରି ଚଲିଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡିଆଠାରେ ଆତ୍ମା ବଲାଙ୍ଗିର, ମିଶନ ଶକ୍ତି, ୱାସନ ଏବଂ ଆୟୋଜକ ୱାଇ.ସି.ଡି.ଏଙ୍କ ମିଳିତ ଉଦ୍ୟମରେ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି ।ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର କ୍ଷୁଦ୍ର ଶସ୍ୟ ଷ୍ଟଲକୁ ଉଦ୍‌ଘାଟନ କରିଥିଲେ ତାଙ୍କ ସହ ପଟଣାଗଡ଼ ଉପଜିଲ୍ଲାପାଳ ଡ଼.ବିଜୟନନ୍ଦ ସେଠି, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୂପମା ପୁଟେଲ, ୱାସନ ଜିଲ୍ଲା ସଂଯୋଜକ ଯସୋବନ୍ତ ନାଏକ, ଦେବସ୍ମିତ ପରିଡା, ୱାଇ. ସି. ଡି. ଏ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା, ଉମେଶ ଗୁପ୍ତା, କେ.କେ.ପି.ସି.ଏଲ ସିଇଓ ଗଣେଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ଜ। କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଦ୍ୟ ଅଭ୍ୟାସ କରି କିପରି ସୁସ୍ଥ ରହିବେ ତାହା ଉପରେ ସଚେତନତା ବାର୍ତା ମଧ୍ୟ ଦିଆଯାଉଥିବା ଦେଖିବାକୁ ମିଳିଥିଲା । କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳାରେ ପଦ୍ମାବତୀ ବରିହା, ସଂଯୁକ୍ତା ବାଗ, ସଂଜୁଳତା ବରିହା, ପୁରନ୍ଦର ବନଛୋର, ବାସନ୍ତୀ ମୁଣ୍ଡା, ଫକୀର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଚାରିଦିନ ଧରି ଚାଲୁରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

babaa
Leave A Reply

Your email address will not be published.