pakka

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ଵଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ, ବହୁ ସରକାରୀ ଅଧିକାରୀ, ରାଜନେତା, ଦେବୋତ୍ତର କମିଟି ସଦସ୍ୟ, ସବ୍ କମିଟିର ସଦସ୍ୟ ପ୍ରମୁଖ ସାମିଲ ଥିଲେ । ଯଜ୍ଞ ମଣ୍ଡପରେ ଶୁଭ ସ୍ତମ୍ଭ ସ୍ଥାପନ, ଦେବତା ଆମନ୍ତ୍ରଣ, ପାଠପୂଜା ଦ୍ଵାର ପାଳ ପୂଜା, ଅଗ୍ନି ସ୍ଥାପନ କରାଯାଇ ହୋମ ଯଜ୍ଞ ଆରମ୍ଭ କରାଯାଇଥିଲା । ପଣ୍ଡିତ ସୁନନ୍ଦ ସାଗର ଯୋଷୀ, ବରିଷ୍ଠ ସାମ୍ବାଦିକ ତଥା ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର, ସଞ୍ଜୟ କୁମାର ମିଶ୍ର, ତଦ୍ମୟ ଦାସ, ସୁଶାନ୍ତ ଠାକୁର ପ୍ରମୁଖ ହୋମଯଜ୍ଞରେ ଆହୁତି ଦେଇଥିଲେ । ବିଶ୍ଵଶାନ୍ତି ମହାଯଜ୍ଞରେ ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ ଓ ତାଙ୍କ ଧର୍ମପତ୍ନୀ ଇଛା ସମ୍ବିତା ଯଜ୍ଞ କର୍ତ୍ତାଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ମେଳାର ଶୁଭ ଉଦ୍‌ଘାଟନ ଉତ୍ସବ ହରିଶଙ୍କର ମନ୍ଦିରର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେବୋତ୍ତର ବିଭାଗ ତଥା ମନ୍ଦିର କାର୍ଯ୍ୟ ନିର୍ବାହ ଅଧିକାରୀ ତଥା ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଉପାଧ୍ୟକ୍ଷ ମିଥିଲା ମାଝୀ ପାଟଣାଗଡ଼ ପାଟଣାଗଡ଼ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ଖୁସିରାମ ଷାଣ୍ଢ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର ଉପାଧ୍ୟକ୍ଷ ଦୂର୍ଯ୍ୟୋଧନ କୁମ୍ଭାର, ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର, ଜୋନ୍ ନଂ.୪ ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ପାଥର, ଜୋନ୍ ନଂ.୩ ଜିଲ୍ଲାପରିଷଦ ସଦସ୍ୟା ସଂଯୁକ୍ତା ମେହେର, ଜୋନ୍ ନଂ.୧୬ ବାଳିକା ମାଝୀ, ଜୋନ୍ ନଂ.୧୫ କସ୍ତୁରୀ ସେଠ, ଜୋନ୍ ନଂ.୧୪ ବିଶେଶ୍ଵରୀ ମାଝୀ, ଜୋନ୍ ନଂ ୨୪ ଜୟଧରୁଆ, ଜୋନ୍ ନଂ.୨୫ ଶବ୍ଦମିର୍ଧା, ଜୋନ୍ ନଂ.୨୬ ଅନିମା ଦାସ, ନାନ୍ଦୁପଲା ସରପଞ୍ଚ ନିଳେଦ୍ରୀ ପୂଝାରୀ ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଗବାନ ହରିଶଙ୍କର ବାବାଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ହରିଶଙ୍କର ମହୋତ୍ସବ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ମେହେର ତାଙ୍କ ଅଭିଭାଷଣରେ କହିଲେ ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା ଚଳିତ ବର୍ଷ ହରିଶଙ୍କର ମହୋତ୍ସବ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଆୟୋଜିତ ହେଉଛି । ହରିଶଙ୍କର ଐତିହାସିକ ତୀର୍ଥ ପୀଠକୁ ରାଜ୍ୟ ସରକାର ହାତକୁ ନେଇ ହରିଶଙ୍କରର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ କାମ ଆରମ୍ଭ ହେବ ବୋଲି କହିଥିଲେ । ଖପ୍ରାଖୋଲ କଲେଜ ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ପାଟଣାଗଡ଼ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମେଳା ପ୍ରଥମ ଦିନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଓଡିଶୀ ନୃତ୍ୟ, ପୁରୀର ଗୋଟିପୁଅ, ଟିଟିଲାଗଡ଼ ଶ୍ରୀକ୍ଷେତ୍ର ଭଜନ, ଦଣ୍ଡନୃତ୍ୟ ଆଦି ଷ୍ଟେଜ ନଂ ୧ ପରିବେଷଣ ଚାଲିଥିବା ବେଳେ ଷ୍ଟେଜ ନଂ ୨ ରେ ଲୋକନୃତ୍ୟ ସାତକୁଆଁରୀ ପାଟଣାଗଡ଼ , ଅଜୂନନନ୍ଦ ଙ୍କ ଲୋକନୃତ୍ୟ ହାତିସରା ,ସୁରସନ୍ଧ୍ୟା ପାଟଣାଗଡ଼, ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିବା ବେଳେ । ସତ୍ୟସାଇ ସେବା ସଂଗଠନ , ଖପ୍ରାଖୋଲ ଥାନା ସମେତ ବିଭିନ୍ନ ସଂଗଠନ , ଆର୍ ଡବ୍ଳୁ ଏସ୍ ଏସ୍ ବିଭାଗ ସହଯୋଗ ରେ ଛଳଛତ୍ର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଭୁଲିଆ ଓ କୁଲତା ସମାଜ ପକ୍ଷରୁ ନିଶୁଳ୍କ ଅନ୍ନସେବା କେନ୍ଦ୍ର ଖୋଲାଯାଇଥିଲା । ସ୍ଥାନୀୟ ହରିଶଙ୍କର ଉଚ୍ଚ ବିଦ୍ୟାଳୟ ର ରେଡ୍ କ୍ରସ ପକ୍ଷରୁ ଅଧ୍ୟାପକ ବଳଭଦ୍ର ଦାସ ଙ୍କ ନେତୃତ୍ବରେ ଏକ ଶିବିର ଆୟୋଜିତ ହୋଇଛି । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା , ସଂନ୍ଧ୍ୟାରେ ମହୋତ୍ସବ ଓ ପଲ୍ଲୀ ଶ୍ରୀ ମେଳା ଉଦ୍ଘାଟିତ ହୋଇଥିଲା । ଦୀର୍ଘ ଦୁଇ ବର୍ଷ ପରେ ହରିଶଙ୍କର ବୈଶାଖ ମେଳା ଆୟୋଜିତ ହୋଇଥିବା ରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଉତ୍ସାହ ଆଗ୍ରହ ସହ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

eight + eleven =

error: Content is protected !!