କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

csstore

କଟକ : କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସମସ୍ତ କର୍ମକର୍ତ୍ତା ବର୍ଗଙ୍କ ପକ୍ଷରୁ କଟକର ନୂତନ ଡିସିପି ପିନାକ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଘର ଉପ ସଭାପତି ବଦ୍ରୀ ନାରାୟଣ ଦାସ, ସମ୍ପାଦକ ଶିଶିର ଲେଙ୍କା, ସହସମ୍ପାଦକ ଗଗନ ବିହାରୀ ପରିଡ଼ା, ହିରାଲାଲ ପଣ୍ଡା, ଚକ୍ରବର୍ତ୍ତୀ ଓତା, କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ, ସିଟୁ ନେତା ରବି ମଲ୍ଲିକ, ମନମୋହନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବାଦାମବାଡି ବସ ଷ୍ଟାଣ୍ଡରେ ବସ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ଡିସିପି ମହୋଦୟ ସମସ୍ୟା ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.