csstore

ପାଣି ମୁନ୍ଦେ ପାଇଁ ମାଝିପଡା ଲୋକେ ହନ୍ତସନ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗାଁରେ ଏଭଳି ତାତି ସମୟେ ପାଣି ମୁନ୍ଦେ ପାଇଁ ମାଝିପଡା ଲୋକେ ହନ୍ତସନ୍ତ ହେଉଥିବା ଜଣାପଡିଛି । ଅନେକ ଥର ସରପଞ୍ଚଙ୍କୁ ପାଣି ପାଇଁ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଗୁହାରି ଶୁଣୁ ନଥିବା ମୁରିବାହାଲ ଗ୍ରାମବାସୀ ଅଭୀଯୋଗ କରିଛନ୍ତି । ତେବେ ଏହି ପାଣି ସମସ୍ୟାର ସମାଧାନ କୀିବାକୁ ଦାବୀ କୀିଛନ୍ତି । ମୁରିବାହାଲ ଗାଁର ଭଦ୍ରବ୍ୟକ୍ତି ବୃନ୍ଦ ଓ ମା’ ମହାଲକ୍ଷ୍ମୀ ଏସ୍ଏଚ୍‌ଜିର ସଭାନେତ୍ରୀ କୈକେୟୀ ସବର ଓ ସମ୍ପାଦିକା ଭ୍ରରମରି ମାଝି ଏବଂ ସଦସ୍ୟା ବୃନ୍ଦ, ମା’ ଗୋଲ୍ ଡେନ୍ ଏସ୍ଏଚ୍‌ଜିର ସଭାନେତ୍ରୀ ବାସନ୍ତି ତାଣ୍ଡି ଏବଂ ସଦସ୍ୟା ବୃନ୍ଦ, ମା’ ପ୍ରର୍ଦଶେନ୍ ଏସ୍ଏଚ୍‌ଜିର ସଭାନେତ୍ରୀ ରୁଖ୍ମଣି ପୁଞ୍ଜି ଓ ସମ୍ପାଦିକା ପ୍ରିତି ତାଣ୍ଡି ଏବଂ ସଦସ୍ୟା ବୃନ୍ଦ, ମା’ ଦୂର୍ଗା ଏସ୍ଏଚ୍‌ଜିର ସଭାନେତ୍ରୀ ତେଜ ପୁଞ୍ଜି ଓ ସମ୍ପାଦିକା ରାମାକାନ୍ତି ହପ୍ସସ ଏବଂ ସଦସ୍ୟା ବୃନ୍ଦ, ମା’ ଗଙ୍ଗାଦିଊ ଏସ୍ଏଚ୍‌ଜିର ସଭାନେତ୍ରୀ ହାରାନି ଏସ୍ଏଚ୍‌ଜିର ସଭାନେତ୍ରୀ ହରମନି, ମା’ ପରଦେଶେନ୍ ସଭାନେତ୍ରୀ ଦୟା ଧରୁଆ, ସମ୍ପାଦିକା ତୁଲ୍‌ଦେ ଅଟି ଏବଂ ଗାଁର ଭଦ୍ରବ୍ୟକ୍ତି ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଆମ ଗାଁରେ ପାଣିର ବହୁତ ଅଭାବନୀୟ ଏଭଳି ତାତି ସମୟେ ଆମେ ପାଣି ମୁନ୍ଦେ ପାଇବାରେ ବିଫଳ ହୋଇପଡିଛୁ । ତେଣୁ କରି ଆମ ଗାଁରେ ଓଭର୍ ପାଣି ଟାଙ୍କିର ବ୍ୟବସ୍ଥା କରାଯାଉ ନଚେତ୍ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସୃଷ୍ଟି କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.